*ଖଡ଼ିଆଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ସଫଳତା; ସହରରେ ବିଶାଳ ଶୋଭାଯାତ୍ରା*
ନୂଆପଡା(ମିଖାଏଲ ନନ୍ଦ)
ତା-୨୧/୦୯
ବିଦ୍ୟା ଭାରତୀ ଅଧୀନସ୍ଥ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତାକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ସହର ପରିକ୍ରମା ସହ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଉଲ୍ଲେଖନୀୟ କୃତିତ୍ୱ:
କୁମାରୀ ଜାଗୃତି ମେହେର: ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ୱାରା ଆୟୋଜିତ ‘ସଂସ୍କୃତି ମହୋତ୍ସବ’ ଅନ୍ତର୍ଗତ କଥାକଥନ ପ୍ରତିଯୋଗିତାରେ ପ୍ରାଦେଶିକ ସ୍ତରରେ ପ୍ରଥମ ସ୍ଥାନ ଏବଂ କ୍ଷେତ୍ର ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେ ରିନା ମେହେର ଓ ବିଜୟ କୁମାର ମେହେରଙ୍କ ସୁପୁତ୍ରୀ ଅଟନ୍ତି।
ଶ୍ରୀମାନ ରିତେଶ କୁମାର ସାହୁ: ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ମୂର୍ତ୍ତିକଳା ପ୍ରତିଯୋଗିତାର ପ୍ରାଦେଶିକ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି। ସେ ଶୋଭାଗିନୀ ସାହୁ ଓ ପ୍ରହ୍ଲାଦ ସାହୁଙ୍କ ସୁପୁତ୍ର ଅଟନ୍ତି।
ଏହି କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବ୍ୟାନର ସହ ଘୋଷ ଯୋଡ଼ି ହୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଧାନ ଆଚାର୍ଯ୍ୟ:- ଶ୍ରୀ ଜଗଦୀଶ ପୁଟେଲ୍ ଉପସଭାପତି :- ଆଦିତ୍ୟ ମହାଉତି,କୋଷାଧ୍ୟକ୍ଷା :- ମୀନାକ୍ଷୀ ଗହୀର,ଆଚାର୍ଯ୍ୟ-ଆଚାର୍ଯ୍ୟା ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି। ଉଭୟ ଛାତ୍ରଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
