ଦିବ୍ୟାଂଶୁ ବାରିକ୍ (କ୍ରିଶୁ)ଙ୍କ ଜନ୍ମଦିନ ପାଳିତ
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର, ବିରଜାକ୍ଷେତ୍ର: ଯାଜପୁର ବିରଜାକ୍ଷେତ୍ର ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତର କଳସଢ଼ିଆସ୍ଥିତ ବାସଭବନରେ ଆଜି ଜଗନ୍ନାଥ ବାରିକ୍ଙ୍କ ବଡ଼ ନାତି ଦିବ୍ୟାଂଶୁ ବାରିକ୍ (କ୍ରିଶୁ)ଙ୍କ ଜନ୍ମଦିନ ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି।
ଏହି ଅବସରରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଘରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ ସହ କ୍ରିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ଥ ଓ ଦୀର୍ଘ ଜୀବନ କାମନା କରାଯାଇଛି।
ଏହି ଖୁସିର ଅବସରରେ ତାଙ୍କ ଜେଜେମା ବାସନ୍ତୀଲତା ବାରିକ୍, ବଡ଼ବାପା କାହ୍ନୁ ଚରଣ ବାରିକ୍, ସାନବାପା କୀର୍ତ୍ତନ ବାରିକ୍, ବଡ଼ମାମା ସିଦ୍ଧିସ୍ୱରୂପା ବାରିକ୍, ସାନମାମା ପ୍ରୀତିପ୍ରଭା ବାରିକ୍ ସାନ ଭାଇ ଅଭ୍ୟାଂଶୁ ବାରିକ୍, ଅଜା, ଆଇ,ମାମୁଁ ମାଉସୀ,ପିଉସୀ ମା ଓ ପିଉସା ସମେତ ଅନ୍ୟାନ୍ୟ ପରିବାର ସଦସ୍ୟମାନେ ଦିବ୍ୟାଂଶୁଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ସ୍ନେହ ଓ ଆଶୀର୍ବାଦ ସହ ଦୀର୍ଘାୟୁ କାମନା କରିଛନ୍ତି।
ପରିବାର ପକ୍ଷରୁ ସମସ୍ତ ଗୁରୁଜନ, ଆତ୍ମୀୟସ୍ୱଜନ, ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ଆମ ପ୍ରିୟ କ୍ରିଶୁଙ୍କୁ ସ୍ନେହ ଓ ଆଶୀର୍ବାଦ କରିବା ପାଇଁ ନିବେଦନ କରାଯାଇଛି।
ଭଗବାନ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ କ୍ରିଶୁଙ୍କ ଜୀବନ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ସଫଳତା ଓ ହସଖୁସିରେ ଭରିଯାଉ—ଏହା ହିଁ ପରିବାରର ମଙ୍ଗଳ କାମନା।
