ମୁଜାଗଡ଼ ଠାରେ ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।
ଭଞ୍ଜନଗର ,-୨୦/୦୯:(ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ର ବିଭିନ୍ନ ଜୋନାଲ ସ୍ତରୀୟ ପ୍ରତିଯୋଗିତା ରୁ ଚୟନ ହୋଇଥିବ ଛାତ୍ରଛାତ୍ରୀମାନେ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ନରିସଭା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ଓ ଛାତ୍ରଜୀବନରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଜେନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ। ଏହି ଅବସରରେ ମୁଜାଗଡର ପୂର୍ବତନ ସରପଞ୍ଚ ଧୋବା ଗୌଡ଼ ଓ ଅନ୍ୟତମ ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ, ଭଞ୍ଜନଗର ଗୋଷ୍ଠୀ କ୍ରୀଡ଼ା ସମ୍ପାଦକ ଆଲୋକ ସ୍ୱାଇଁ ଏବଂ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ, ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ବହାଡାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତଥା ଏହି କାର୍ଯ୍ୟକ୍ରମର ଆବାହିକା ପି. କୁନିଆମ୍ମା ଦୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭଞ୍ଜନଗର ବ୍ଲକ୍ ର ସମସ୍ତ ସି.ଆର.ସି.ସି, ସମସ୍ତ ପି.ଇ.ଟି ଶିକ୍ଷକ, ଶିକ୍ଷୟତ୍ରୀ, କିଛି ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ, ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ନେଇ ଯୋଗ ଦେଇଥିବା ସମସ୍ତ ବିଦ୍ୟାଳୟର ମାର୍ଗଦର୍ଶୀ ଶିକ୍ଷକ-ଶିକ୍ଷୟିତ୍ରୀ, ତଥା ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଣ ଶୈକ୍ଷିକ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀମାନେ ଏବଂ କ୍ରୀଡ଼ା ଶିକ୍ଷକ ଧନୁର୍ଜୟ ଦଳବେହେରା, ଚିନ୍ମୟ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଦକ୍ଷତା ସହିତ ଶୃଙ୍ଖଳା, ନେତୃତ୍ୱ, ଦଳଗତ ମନୋଭାବ ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ହୋଇଥାଏ ବୋଲି ଉଦଯାପନୀ ଉତ୍ସଵରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା l ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ଦାସ ଧନ୍ୟଵାଦ ଅର୍ପଣ କରିଥିଲେ ।
