ସାଇନିଙ୍ଗ ଟ୍ୟୁଟୋରିଆଲରେ ଗଣେଶ ପୂଜା ପାଳିତ
______________
ସାରସକଣା,(୧୬/୯/୨୬)(ନି.ପ୍ର):
ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସାଇନିଙ୍ଗ ଟ୍ୟୁଟୋରିଆଲ ପରିସରରେ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ ଗଣେଶ ପୂଜା ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅନୁଷ୍ଠାନର ଚେୟାରମ୍ୟାନ ସୁମିତ କୁମାର ସାଉଙ୍କ ତତ୍ତ୍ଵବଧାନରେ ପୂଜକ ଅବନୀ କାନ୍ତ ମିଶ୍ରଙ୍କ ଦ୍ଵାରା ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଓ ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା ଅବସରରେ ଟ୍ୟୁଟୋରିଆଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିଥିଲେ। ଛାତ୍ରଛାତ୍ରୀଙ୍କ ମଙ୍ଗଳ, ଉଜ୍ଜ୍ୱଳ ଭବିଷ୍ୟତ ଓ ଶିକ୍ଷା କ୍ଷେତ୍ରରେ ସଫଳତା କାମନା କରି ସମସ୍ତେ ପ୍ରାର୍ଥନା କରିଥିଲେ। ପୂଜାକୁ କେନ୍ଦ୍ର କରି ଟ୍ୟୁଟୋରିଆଲ ପରିସର ସୁନ୍ଦର ଭାବେ ସଜ୍ଜିତ ହୋଇଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
