ବଡ଼ଚଣାର ବିଭିନ୍ନ ସ୍ଥାନରେ ଗଣପତି ପୂଜା ପାଇଲେ।
ଚଣ୍ଡିଖୋଲ ୧୩/୯(ଭଞ୍ଜ ଦୂତ , ଅମିତ ମହାନ୍ତି ) ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଜାନନ ମହାପ୍ରଭୁଙ୍କ ପୂଜା ସମଗ୍ର ବଡଚଣାର ପୁର ପଲ୍ଲୀରେ ମହାଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।ଏହି ପୂଜାଚଣ୍ଡିଖୋଲ, ସାଇରାଜ ଡେଭେଲପର୍ସ ର ପ୍ରତିଷ୍ଠାତା ଶ୍ରୀ ସୁଦର୍ଶନ ସାମଲ ବଡ଼ଚଣାର ବିଦ୍ୟାଳୟ, କ୍ଳବ, ଅନେକ ଶିଳ୍ପାନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଇମେରୀ ସ୍କୁଲ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ବନ୍ତଳା,ଅରବିନ୍ଦ ବିଦ୍ୟାପୀଠ, ଜାହ୍ନଗିରି ଉଚ୍ଚ ବିଦ୍ୟାଳୟ, ଛତିଆ ଉଚ୍ଚ ବିଦ୍ୟାଳୟ,ବୈରୀ ଉଚ୍ଚ ବିଦ୍ୟାଳୟ, ସିଦ୍ଧଗିରି ଉଚ୍ଚ ବିଦ୍ୟାଳୟ, ବରୀ ଠେଙ୍ଗଡ଼ ପ୍ରାଇମେରୀ ଓ ଉଚ୍ଚ ବିଦ୍ୟାଳୟ, ନେଳିଆ ପ୍ରାଥମିକ ବିଦ୍ୟାଳୟ, ବାତୋ ଉଚ୍ଚ ବିଦ୍ୟାଳୟ, ବିଶ୍ୱେଶ୍ୱର ବିଦ୍ୟାପୀଠ, ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ, ବଡ଼ଚଣା ବାଳିକା ମହାବିଦ୍ୟାଳୟ, ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ, ମହାବିନାୟକ ଉଚ୍ଚ ବିଦ୍ୟାଳୟ ପ୍ରଭୁତି ଅନେକ ଅନୁଷ୍ଠାନରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇ ଯାଇଛି।ଅଗ୍ରପୂଜ୍ୟ ଗଜାନନଙ୍କ ଉପାସନା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବହୁ ଶିକ୍ଷାବିତ, ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ବହୁ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହୋଇଛି।ସେହିପରି ବନ୍ତଳା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବନ୍ତଳା ଗ୍ରାମର ୟୁଙ୍ଗଷ୍ଟାର କ୍ଳବ, ଫ୍ରେଣ୍ଡସ କ୍ଳବ, ଲକ୍ଷ୍ମୀ ନାରାୟଣ କ୍ଳବ ଏଥିରୁ ବାଦ୍ ପଡ଼ିନାହିଁ।କିନ୍ତୁ ୟୁଙ୍ଗଷ୍ଟାର କ୍ଳବ ପକ୍ଷରୁ ଏହି ପୂଜାକୁ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ।ୟୁଙ୍ଗଷ୍ଟାର କ୍ଳବର ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଶୁଭ ପ୍ରଦୀପ ପ୍ରଜ୍ଜ୍ଵଳନ କରି ପୂଜାର ଶୁଭାରମ୍ଭ କରିଥିଲେ।ଏହି ପୂଜାରେ କ୍ଳବର ସମ୍ପାଦକ ବିଶ୍ୱଜିତ ମହାପାତ୍ର କର୍ତାଭାବେ ସମର୍ପିତ ମନୋଭାବ ପୋଷଣ କରି ପୂଜାର୍ଚନା କରିଥିଲେ।ସନ୍ଧ୍ୟାରେ କ୍ଳବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭଜନ ସନ୍ଧ୍ୟା ଓ ପରେ ଗାୟକ ଗୌରବ ରଜନୀକାନ୍ତ ପୃଷ୍ଟିଙ୍କ ଦ୍ୱାରା ପାଲା ପରିବେଷିତ ହୋଇଥିଲା।କ୍ଳବର ସଦସ୍ୟ ମାନଙ୍କ ମଧ୍ୟରେ ଶତ୍ରୁଜିତ ପଣ୍ଡା, ମାତୃପ୍ରସାଦ ମହାପାତ୍ର, ମନୋଜ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ସ୍ନେହାସୀଷ ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ସ୍ମୃତିରଞ୍ଜନ ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଦେବାଶିଷ ପଣ୍ଡା,ଲିଟୁ ମହାପାତ୍ର, ଅମନ ବାରିକ, ଅଭିଜିତ ପଣ୍ଡା, ମନୋଜ କୁମାର ମିଶ୍ର, କିଶୋର କୁମାର ପଣ୍ଡା,ନରସିଂହ ପଣ୍ଡା, ସୁମନ ବାରିକ, ଆଶୁତୋଷ ମହାପାତ୍ର, ଆଦିତ୍ୟ ପ୍ରସାଦ ମହାପାତ୍ର, ବିରଞ୍ଚି ନାରାୟଣ ମହାପାତ୍ର, ଦିବ୍ୟଜ୍ୟୋତି ମହାପାତ୍ର,ସାଇ ପ୍ରକାଶ ପଣ୍ଡା,ଓମ ପ୍ରକାଶ ପଣ୍ଡା, ସୁଜିତ କୁମାର ବାରିକ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ।
