ଲିଙ୍ଗପଡ଼ା ରେଳ ଫାଟକ ନିକଟରେ ଟ୍ରେନ କାଳ: ରାତି ଅଧିଆ ଚାଲିଗଲା ଜୀବନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଟ୍ରେନ୍ ଧକ୍କାରେ ଜଣେ ଅଜଣା ବୃଦ୍ଧଙ୍କର (ପ୍ରାୟ ୭୦ ବର୍ଷ) ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସୋର ଥାନା ଅନ୍ତର୍ଗତ ଲିଙ୍ଗପଡ଼ା ରେଳ ଫାଟକରୁ ସୋର ଷ୍ଟେସନ ଆଡ଼କୁ ପ୍ରାୟ ୧୦୦ ମିଟର ଦୂରତା ମଧ୍ୟରେ (୨୬୫/୨୬ ମଷ୍ଟ ନିକଟରେ) ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। । ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟାଠାରୁ ୧ଟା ମଧ୍ୟରେ ଭୁବନେଶ୍ୱରରୁ ବାଲେଶ୍ୱର ଆଡ଼କୁ ଯାଉଥିବା ଟ୍ରେନ୍ ନମ୍ବର ୬୮୪୦୮ (ଭୁବନେଶ୍ୱର-ବାଲେଶ୍ୱର ମେମୁ) ଏହି ବୃଦ୍ଧ ଜଣଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ବୃଦ୍ଧ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଏଯାବତ୍ ମିଳିପାରି ନାହିଁ। ଜି ଆର ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
