*ଗଁନ୍ଦିଆ ବ୍ଲକର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ମହା ଆଡମ୍ବର ରେ ଗଣେଶ ପୂଜା ପାଳିତ ହୋଇଛି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )*ଷଡ଼ଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟ* ରେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ମହା ସମାରୋହରେ କରାଯାଇଅଛି। ସମସ୍ତ ଛାତ୍ର ଛାତ୍ରୀ ପୁରାତନ ଛାତ୍ର ଅଭିଭାବକ ଓ ପରିଚାଳନା ପରିଷଦ ଉପସ୍ଥିତ ରେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ଓ ପଣ୍ଡିତ ଅମର ମିଶ୍ର ପୁରୋହିତ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲ l
ଗଁଦିଆ ବ୍ଳକ ର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ର *ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ* ରେ ବୈଦିକ ରିତି ନିତି ଅନୁଯାୟୀ କୁଳିନ ବ୍ରାହ୍ମଣ ଙ୍କ ଦ୍ଵାରା ମନ୍ତ୍ର ବେଦ ଧ୍ବନି ରେ ଗଣେଶ ମହାପ୍ରଭୁଙ୍କ ପୂଜା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ ସାବତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାହିତ ହୋଇଅଛି। କାର୍ଯ୍ୟ କ୍ରମରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥୀ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ, ସତ୍ୟାନନ୍ଦ ପାଣି ଙ୍କ ସହିତ ପୁରାତନ ଶିକ୍ଷକ କର୍ମଚାରୀ ଓ ଗ୍ରାମବାସୀ ମାନେ ପୂଜାପାଠ କରିଥିଲେ l
*ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଁଦିଆପାଟଣା* ରେ ଗଣେଶ ପୂଜା ମହାସମାରୋହରେ କରାଯାଇଛି। ବିଦ୍ୟାଳୟ ର ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ଅବିଭାବକମାନେ , ପରିଚାଳନା ପରିଷଦ ଓ ବିଦ୍ବତ୍ ପରିଷଦ ସଦସ୍ୟ ମାନେ ଉପସ୍ଥିତ ହୋଇ ପ୍ରଭୁ ଗଜାନନ ଙ୍କ କୃପା ଲାଭ କରିଥିଲେ।
