*ନୂଆପଡ଼ାରେ ‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ନେଇ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର* ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୯.
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ବ୍ଲକସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସମ୍ବିତା ସାହୁ ଓ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅଶ୍ୱିନୀ ଓଟା ବିଚାରକ ଭାବରେ ଯୋଗଦେଇ ମୂଲ୍ୟାୟନରେ ସହଯୋଗ କରିଥିଲେ।
ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝଗ୍ରାହୀର ଅଷ୍ଟମ ଶ୍ରେଣୀ ଛାତ୍ର ଅସୀତ ପଣ୍ଡା ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଟବନଭେରାର ଦଶମ ଶ୍ରେଣୀ ଛାତ୍ର ଖିଲେଶ୍ୱର ସାହୁ ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଶରାଜପୁରର ପ୍ରତ୍ୟୁଷା ସଂଜୀବନୀ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
କୃତି ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ପ୍ରମୁଖ ଯୋଗ ଦେଇଥିଲେ।
