ସାଧାରଣ ଜନତା ଟ୍ରାଫିକ ଜାମ୍ ରେ ଫସୁଥିଲେ , ଆଜି ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମରେ ଫସିଲେ ଦୁଇ ଜନପ୍ରତିନିଧି , ପ୍ରଶାସନ ଚେତିବ କେବେ ଦେଖିବାକୁ ବାକି ରହିଲା ।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍, ତା – ୧୦/୯/୨୦୨୬
(ଜିଲ୍ଳା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ରିପୋର୍ଟ)
ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ହେମଗିର ବ୍ଲକର ସମସ୍ତ ମୁଖ୍ୟ ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ୍ ରହୁଛି ଏଥିରେ ଆମ୍ବୁଲାନ୍ସ ରେ ଜାଉଥିବା ରୋଗୀ ଓ ଛାତ୍ରଛାତୀ, ସାଧାରଣ ଲୋକ ସମସ୍ତେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କିନ୍ତୁ ପ୍ରଶାସନର ନଜର ନାହିଁ I ଆଜି ମଧ୍ୟ ଘଣ୍ଟାଏ ଧରି ଡୁଡୁକା , କଲୋବହାଲ, ଭେଡ଼ାବାହାଲ ସୁନ୍ଦରଗଡ଼ ରାସ୍ତା ଜାମ୍ ଥିବା ସମୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଘନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତି ଓ ପୂର୍ବତନ ବିଧାୟକା କୁଶୁମ ଟେଟେ ଏମ୍ ସି ଏଲ ଗସ୍ତ ସମୟରେ ଜାମ୍ ରେ ଫସି ରହିଥିଲେ । ପରେ ପୋଲିସ୍ ଆସି ତାଙ୍କୁ ସୁରକ୍ଷା ଦେଇ ନେଇଥିଲା । ଏଭଲିଆ ସବୁ ସମୟରରେ କୋଇଲା ପରିବହନ କରୁଥିବା ଭାରିଜାନ ରାସ୍ତା ଜାମ୍ କରି ରହୁଛନ୍ତି । ରାସ୍ତା ଅଛି କିନ୍ତୁ ଚାଲିବାକୁ ଭୟଲାଗୁଛି ପାଦେ ଚାଲିଲେ ଶହେ ପ୍ରତିବନ୍ଧକ ଆସୁଥିବା ବେଳେ ସାମାନ୍ୟ ଅସାବଧାନ ହେଲେ ସିଧା ମୃତ୍ୟୁ ମୁଖରେ ପଡିବା ଭୟ ରହୁଛି । ପ୍ରବଳ ଧୁଳିରେ ଦିଶୁନି ରାସ୍ତା। ହେମଗିର ବ୍ଲକ ଖଣି, କୋଇଲା ପରିବହନ ଓ ଶିଳ୍ପଞ୍ଚଳ ଘେରା । ଯେଉଁଥିପାଇଁ ଭାରୀଯାନ ଚଳାଚଳ ସମୟରେ ରାସ୍ତାରେ ପ୍ରବଳ ଧୁଳି ଉଡୁଛି । ହଁ ଆଁଗ୍ୟ ଏ କଥା ଆମେ କହୁନାହୁଁ କହୁଛନ୍ତି ଏହି ରାସ୍ତା ଉପରେ ନିର୍ଭର କରୁଥିବା ପଥଚାରି ଓ ସ୍କୁଲ, କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ୍ ଦିନ ଯାତାୟତ କରୁଥିବା ଯାତ୍ରୀମାନେ । ଖଣି ଖାଦାନ ହେଲେ ଅଞ୍ଚଳର ବିଭିନ୍ନ ଦିଗରେ ଉନ୍ନତି ହୋଇଥାଏ ଏପରି ଭାବନାରଖି ଅଞ୍ଚଳବାସୀ ପ୍ରଶାସନର ସମସ୍ତ କଥାମାନି ବିସ୍ଥାପିତ ହୋଇଥିଲେ ଏବଂ ଖଣିଖାଦାନ ମାନ ଗଢ଼ିଉଠିଲା , ହେଲେ କୌଣସି ସୁଫଳ ନମିଳି ଓଲଟା ପରିବେଶ ପ୍ରଦ୍ୟୁଷଣ ହୋଇ ବିଭିନ୍ନ ପ୍ରକାରର ସ୍ୱାସଜନିତ ରୋଗ ଦେଖାଦେଲା ରୋଗୀ ସଂଖ୍ୟା ବଢ଼ିଲେ , ଜଳ ବିଶୁଦ୍ଧ ହୋଇ ଜଳାଶୟ ମାନଙ୍କରେ ଜଳସ୍ତର କମିବାରେ ଲାଗିଛି ଜଳ ସଙ୍କଟ ଦେଖାଦେଉଛି , ରାସ୍ତାଘାଟ ଯାହାଥିଲା ତା ଠାରୁ ନିମ୍ନମାନର ହେବାକୁ ଯାଉଛି, କୋଇଲା ପରିବହନ ପାଇଁ ସବୁବେଳେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାଘାଟ ବ୍ୟସ୍ତ ରହିବା ସହ ମରଣ ଯନ୍ତା ପାଲଟିଛି ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାହାର ରାଜ୍ୟରୁ ଆସୁଥିବା ଅସାମାଜିକ ଲୋକଙ୍କ ପାଇଁ ସବୁବେଳେ ବିଶୃଙ୍ଖଳା ଘଟି ଅଞ୍ଚଳଟି ଅଶାନ୍ତ ହୋଇ ପଡ଼ିଛି । ବିଭିନ୍ନ ଜାଗାରେ ଭାରି ଯାନ ରହଣି ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲେ ସୁଦ୍ଧା ରାସ୍ତା ଉପରେ କୋଇଲା ପରିବହନ ଗାଡ଼ି ଛିଡ଼ା କରି ନିଜ ଅକ୍ତିଆର କୁ ନେଇ ଯାଉଛନ୍ତି , ଏତେ ସବୁ ପ୍ରଶାସନ ର ଗୋଚରରେ ଥାଇ ସୁଦ୍ଧା ଚୁପ୍ ରହିବା ସରକାର ତଥା ପ୍ରାଶାସନିକ ଅଧିକାରୀ ଙ୍କ ଅପାରଗତା କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସର୍ବସାଧାରଣ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଫଳାଫଳ ଶୂନ କାରଣ “ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଛି ତାହାଙ୍କୁ ” ନୀତି ଚାଲିଛି ।
