୭ ବର୍ଷ ୬ ମାସ ପରେ ତୁଳସୀ ପାହାଡ଼ରେ ସାଂସଦଙ୍କ ପାଦ, ବିକାଶର ଚିତ୍ର ଦେଖିଲେ ବଳଭଦ୍ର ମାଝୀ
ମାଥିଲି: ଶ୍ରୀଧର ପାଢ଼ୀ ଭଞ୍ଜଦୂତ ଖବର
ମାଥିଲି ବ୍ଲକ୍ର ଟେମୁରୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପାହାଡ଼ରେ ପହଞ୍ଚିଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ। ଦୀର୍ଘ ୭ ବର୍ଷ ୬ ମାସର ରାଜନୈତିକ ଯାତ୍ରା ପରେ ସାଂସଦଙ୍କ ଏହି ଅଞ୍ଚଳ ଗସ୍ତକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
କଥାଟି ଉଲ୍ଲେଖ କରିବାର କାରଣ ମଧ୍ୟ ରହିଛି। ବଳଭଦ୍ର ମାଝୀ ପୂର୍ବରୁ ୫ ବର୍ଷ ବିଜେଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ, ପରେ ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଅର୍ଥାତ୍, ଏହି ଅଞ୍ଚଳ ସହ ତାଙ୍କର ରାଜନୈତିକ ସମ୍ପର୍କ ନୂଆ ନୁହେଁ। ତଥାପି ତୁଳସୀ ପାହାଡ଼ ଭଳି ଦୁର୍ଗମ ଅଞ୍ଚଳରେ ସାଂସଦଙ୍କ ପହଞ୍ଚିବାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି—ଏତେ ବର୍ଷ ଧରି ଏହି ଅଞ୍ଚଳର ସମସ୍ୟାଗୁଡ଼ିକ ସାଂସଦଙ୍କ ନଜରରୁ କାହିଁକି ଦୂରେ ରହିଲା?
ଗସ୍ତ ସମୟରେ ସାଂସଦ ଓ ବ୍ଲକ ଅଧ୍ୟକ୍ଷ ମହେଶ ବାକ ସମେତ ମାଥିଲି ଯୁବ ନେତା ଶ୍ରୀକାନ୍ତ ଚୌଧୁରୀ,କୁନାଲ ମିଶ୍ର,ବନମାଳୀ ବରଜା ,କିଶୋର ମଜୁମଦାର,କାର୍ତ୍ତିକ ଗାଇନ୍,ନରସିଗି ନାୟକ,ଜଳାନ୍ଦ୍ରର ନାୟକ, ଶାନ୍ତିଲତା ମାଝୀ, ସନ୍ତୋଷିନି ପାତ୍ର , କୁଶ ତାତି, ରାମ ମାଛା ,ଟେମୂରୁ ପାଲି ସରପଞ୍ଚ ତୁମେସ ସମରଥ ସମେତ ଅନ୍ୟାନ୍ୟ କର୍ମୀ ତୁଳସୀ ଓ କେରମେଟି ଅଞ୍ଚଳର ଲୋକଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ନିଜେ ଦେଖିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ପରେ ସେଗୁଡ଼ିକର ସମାଧାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମାଥିଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହେଶ କୁମାର ବାକଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।
ସୂଚନା ଯୋଗ୍ୟ ଯେ ଆଜିକୁ ପ୍ରାୟ ୮୦ବର୍ଷ ହେବ ସ୍ଵାଧୀନତା ହେବାର ଅନେକ ସାଂସଦ ଆସିଲେ ଗଲେ ହେଲେ କୋଣସି ସାଂସଦ ଙ୍କର ପାଦ ପଡ଼ିନଥିଲା ପ୍ରଥମ ସାଂସଦ ଜୀୟକି ବଲଭଦ୍ର ମାଝୀ ଏଠି ଆସିକି ଯିବା କେଉଁଠି ନା କେଉଁଠି ବିଜେପର କାର୍ଯ କର୍ତ୍ତା ମାନଙ୍କ ମାନବଳ କୁ ସୁଦୃଢ ହେଉଛି।
କିନ୍ତୁ ଏଠାରେ ମୂଳ ପ୍ରଶ୍ନଟି ହେଉଛି—ନିର୍ବାଚନ ଜିତିବା ପରେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଦୁଆରକୁ ପହଞ୍ଚିବା ପାଇଁ ଏତେ ସମୟ କାହିଁକି ଲାଗିଲା? ଲୋକଙ୍କ ସମସ୍ୟା ଦେଖିବା ଓ ସମାଧାନ ପାଇଁ ନିର୍ଦ୍ଦେଶ ଦେବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ; କିନ୍ତୁ ଏହି ପଦକ୍ଷେପ ବହୁ ବର୍ଷ ପୂର୍ବରୁ ହୋଇଥାନ୍ତା ତେବେ ତୁଳସୀ ପାହାଡ଼ ଓ ଆଖପାଖ ଅଞ୍ଚଳର ଚିତ୍ର ଆଜି ଭିନ୍ନ ହୋଇନଥାନ୍ତା କି?
ଏହି ଫୋଟ ଟିକୁ ଦେଖିବା ପରେ ଲାଗୁଚି ବିକାଶ ବୋଧେ ଅତି ଶୀଘ୍ର ହେବାକୁ ଯାଉଛି।
ସାଂସଦଙ୍କ ଏହି ଗସ୍ତ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି କରିଥିବା ବେଳେ, ଅନ୍ୟପଟେ “୭ ବର୍ଷ ୮ ମାସ ପରେ ପାହାଡ଼କୁ ପାଦ, ଏବେ କେବେ ହେବ ବିକାଶ?” ବୋଲି ପ୍ରଶ୍ନ ମଧ୍ୟ ଉଠୁଛି।
ସମୟ ହିଁ କହିବ—ଏହି ଗସ୍ତ କେବଳ ଏକ ରାଜନୈତିକ ଗସ୍ତରେ ସୀମିତ ରହିବ, ନା ତୁଳସୀ ପାହାଡ଼ବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନର ବାସ୍ତବ ଆରମ୍ଭ ହେବ।
