ମୟୂରଭଞ୍ଜ ଜିଲ୍ଲାବଡ଼ସାହି ବ୍ଲକ ଅନ୍ତର୍ଗତ ପାଉଁଶିଆ ଗ୍ରାମପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନକୁ ନେଇ ଉଦବେଗ ପ୍ରକାଶ ପାଇଛି
______________________
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ପାଉଁଶିଆ ଗ୍ରାମ ପଞ୍ଚାୟତ ଦ୍ବାରା ଗତ ଜୁଲାଏ ଓ ଅଗଷ୍ଟ୍ ମାସରେ ରାସନ କାର୍ଡଧାରୀ ମାନଙ୍କୁ ସୋରକାରଙ୍କ ତରଫରୁ ଚାଉଳ ଦିଆଯାଇଥିଲା ଉକ୍ତ ଚାଉଳରେ ଦୁଇ କି:ଗ୍ରା: ଚାଉଳରୁ ପ୍ରାୟ ୨୦୦ ଗ୍ରାମ୍ ପ୍ଲାଷ୍ଟିକ୍ ଚାଉଳ ମିଶି ଥିବାର ପ୍ରମାଣ ଦେଖିବାକୁ ମିଳିଛି। ଏହି ଚାଉଳ କୁ ପାଣିରେ ବତୁରାଇଲେ ମାଧ୍ୟ ସମ୍ପୂର୍ଣ୍ଣ ଚାଉଳ ବତରୁ ନାହିଁ କିଛି ଚାଉଳ ପାଣି ଉପରେ ଭାସୁଛି ଓ ପାଣି ନିଗାଡି ଦେଲା ପରେ କିଛି ଚାଉଳ ଉପରେ ଅଲଗା ପ୍ରକାରର ଦେଖା ଯାଉଛି ତାକୁ ଶିଳ ଦ୍ବାରା ଛେଚିଲେ ବି ସହଜରେ ଗୁଣ୍ଡ ହେଉ ନାହିଁ ବରଂ ଚେପା ହେଇ ଯାଉଅଛି। ତେଣୁ ପାଉଁଶିଆ ଗ୍ରାମ ପଞ୍ଚାୟତରେ ଯେଉଁ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ (Food supplies & consumer welfare Department )ଦ୍ବାରା ଚାଉଳ ସପ୍ଲାଏ କରାଯାଉଅଛି ଏଥିରେ ପ୍ରବଳ ମାତ୍ରାରେ ଜାଲିଆତି କରାଯାଇଥିବାର ଜଳ ଜଳ ଦେଖା ଯାଉଛି । ପାଉଁଶିଆ ଗ୍ରାମ ପଞ୍ଚାୟତକୁ ଚାଉଳ କେଉଁ ଡିପୋରୁ, କେଉଁ ଅଧିକାରୀଙ୍କ ଆଦେଶରେ ଏବଂ କେତେ କ୍ୱିଣ୍ଟାଲ୍ ଓ କଉ ପ୍ରକାରର ଚାଉଳ ଆସୁଛି ଏହି ଦିଗ ପ୍ରତି ନିଜର ଦେଲେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିପାରନ୍ତା ତା ଛଡା ଏହି ମହା ଘୋଟାଲା ପଛରେ କେବଳ ବିଭାଗୀୟ ଅଧିକାରୀ ମାନଙ୍କ ହାତ ରହିଛି ନାଁ ନେତା ମନ୍ତ୍ରୀଙ୍କ ମିଲି ଭଗତରେ ଏସବୁ କାର୍ଯ୍ୟ ଚାଲିଛି ତାହା ମଧ୍ୟ ସନ୍ଦେହ ଘେରରେ ? ଦେଖିବାକୁ ବାକିରହିଲା କେବେ ହେବ କାର୍ଯ୍ୟନୁଷ୍ଠାନ କେବେ ଲାଗିବ ବିଭାଗୀୟ ଅଧିକାରୀଙ୍କ ଉପରେ ଅଙ୍କୁଶ ନାଁ ଦିନକୁଦିନ ଏଭଳି ଦୁର୍ନିତୀ ବଢିବ ଚାଲିବ ଏହିଭଳି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
