ନୂଆପଡା(ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ସାତ ଦଫା ଦାବି ନେଇ ଆଜି ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଠାରେ ଡ୍ରାଇଭର ମାନେ ଆନ୍ଦୋଳନ ସହ ଧାରଣାରେ ବସିଛନ୍ତି। ପ୍ରଥମେ ମାଁ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରି ରେଲି ରେ ବାହାରି ବଡପୋଲ ଛକ ଠାରେ ଧାରଣା ଦେଇଥିଲେ । ମୃତ୍ୟୁ କାଳୀନ ସହାୟତା, ଡ୍ରାଇଭର ମାନଙ୍କୁ ଲୋକଙ୍କ ଆକ୍ରମଣରୁ ସୁରକ୍ଷା ଦେବା, ରହଣି ବ୍ୟବସ୍ଥା, ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷାର ସୁବିଧା ଆଦି ଦାବି ରହିଥିବା ବେଳେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ସେଠାରେ ସଭାପତି ଫଗୁଣ ଅଦା,ଉପସଭାପତି ସୁରେଶ ଦଣ୍ଡସେନା , ସମ୍ପାଦକ କୀର୍ତ୍ତନ ରାଉତ ରାୟ, ସହ ସମ୍ପାଦକ ଧବଳେଶ୍ଵର ଦୀପ, କୋଷାଧ୍ୟକ୍ଷ କିଶୋର ବାଗ, ପରିଚାଳନା କମିଟି ର ଗୋକୁଲା ନନ୍ଦ ବାଗ, ଧନୁର୍ଯ୍ୟ ପ୍ରଧନୀ , ରାକେଶ କୁମାର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ବରିଷ୍ଠ ଡ୍ରାଇଭର ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। କାର୍ଯ୍ୟରତ ଡ଼୍ରାଇଭର ମାନେ ରାଜ୍ୟ ସରକାର ଉପରେ ଉଦବେଗ ପ୍ରକାଶ କରି ରାଜ୍ୟ ସରକାର ଉପରେ ବାର୍ସିଥିଲେ। ସରକାର ଡ୍ରିଭର୍ ମାନଙ୍କ ଜୀବନ ଜୀବିକା ସହିତ ଜଡିତ ସାତ ଦଫା ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି। ନଚେତ୍ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସାତ ଦଫା ଦାବି ମଧ୍ୟରୁ ପ୍ରମୁଖ ଦାବି ଗୁଡ଼ିକ ହେଉଛି ଯଥା କାର୍ଯ୍ୟରତ ୬୦ ବର୍ଷର ଡ଼୍ରାଇଭର ଙ୍କୁ ପେନସନ ବ୍ୟବସ୍ଥା କରନ୍ତୁ,ଫଳରେ ପରିଣତ ବୟସ ରେ ପରିବାର ପ୍ରତିପୋଷଣ କରିପାରିବ ଜଣେ ଡ୍ରାଇଭର , ଟେକ୍ସି ଅଟୋ ଡ଼୍ରାଇଭର ଙ୍କୁ ଡ଼୍ରାଇଭର ଉଇଲଫିୟାର ବୋର୍ଡ ରେ ସାମିଲ କରାଯାଉ, ପ୍ରତିବର୍ଷ ସେ୍ଟେମ୍ବର ୧ତାରିଖ କୁ ଡ଼୍ରାଇଭର ଦିବସ ପାଳନ କରାଯାଉ, ପୋଲିସ୍ ର ଗାଡି ଚେକିଙ୍ଗ କ୍ଷମତା କୁ ବନ୍ଦ କରାଯାଉ ଏଭଳି ସାତ ଦଫା ଦାବୀ ପୂରଣ ନେଇ ଆଜି ଖଡ଼ିଆଳ ଡ୍ରାଇଭର ମହାସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି। ଡ଼୍ରାଇଭର ମହାସଂଘ ର ଆନ୍ଦୋଳନ କାରଣ ରୁ ଆଜି ସରକାରୀ ବେସରକାରୀ ଯାନବାହାନ ଚଳାଚଳରେ ବାଧା ଉୁପୁଜିଥିବା ଦେଖାଦେଇଛି।
