ତାଳଚେର ଗାଧୁଆ ତୁଠରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ତାଳଚେର:୧୦/୯/(ନିପ୍ର) ଭଞ୍ଜଦୂତ ଖବର କାଗଜ,ଦୁଇ ଦିନ ତଳେ ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖ ଗାଧୁଆ ତୁଠରେ ଘଟିଥିବା ଅଘଟଣରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ଆଜି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ପୋଟଗଡ଼ ଗ୍ରାମ ନିକଟରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟକ୍ତି ଜଳରେ ଭାସିଯାଇ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତି ତାଳଚେର ୧୨ ନମ୍ବର ୱାର୍ଡ ରୁମୁଆ ଅଞ୍ଚଳର ବିକେଦ୍ଧେ ଦ୍ୱିବେଦୀ ବୋଲି ଜଣାପଡ଼ିଥିଲା।
ଘଟଣାସ୍ଥଳରୁ ତାଙ୍କ ଡ୍ରେସ୍, ଚପଲ ଓ ସ୍କୁଟି ମିଳିଥିବା ବେଳେ ଦମକଳ ବାହିନୀ ପକ୍ଷରୁ ଦୁଇ ଦିନ ଧରି ଖୋଜାଖୋଜି ଜାରି ରହିଥିଲା। ଶେଷରେ ଆଜି ତୁମୁସିଙ୍ଗା ପୋଟଗଡ଼ ଗ୍ରାମ ନିକଟରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି।
ଏହି ଘଟଣାକୁ ନେଇ ତାଳଚେର ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ରିପୋର୍ଟ ମନୋଜ ରାଉତ ତାଳଚେର
