ଘୁମୁସର ଅଞ୍ଚଳରେ ନୂତନ ଯୁବ ପିଢ଼ି ଓ ପୁରୁଣା ସମସ୍ୟା,
ଭଞ୍ଜନଗର -୧୦/୦୯ (ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳ ର ସର୍ବପୁରାତନ ସହରର ଐତିହାସିକ ମହାବିଦ୍ୟାଳୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ନୂତନ ଛାତ୍ର/ଛାତ୍ରୀଙ୍କ ପୂର୍ବଭଳି ବହୁ ସମସ୍ୟା ଆଜିବି ପୂର୍ଣ୍ଣ ହୋଇପାରିଲା ନାହିଁ। ଦୀର୍ଘ ଦିନର ବିଜେଡି ସରକାର ରହି ସୁଦ୍ଧା ଯାହା, ଏବେ ଡବଲ ଇଞ୍ଜିନ ସରକାର ରହି ମଧ୍ୟ ପୁରୁଣା ଦାବୀ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ। ସ୍ଥାନୀୟ ଅଞ୍ଚଳ ର ସମାଜସେବୀ ଏ ବିଷ୍ଣୁ ପ୍ରସାଦଙ୍କ ସହ ଶିକ୍ଷାବିତ ଓ ସାମ୍ୱାଦିକ ଶ୍ରୀଯୁକ୍ତ ବବି ରଥଙ୍କ ଆହ୍ୱାନ ରେ ସ୍ଥାନୀୟ ମହାବିଦ୍ୟାଳୟ ର ଛାତ୍ର- ଛାତ୍ରୀମାନେ ତୁରନ୍ତ ପହଞ୍ଚି ଥିଲେ।ଫଳରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ସୂଚନା ଯୋଗ୍ୟ ଛାତ୍ର, ଛାତ୍ରୀ ଙ୍କ ମାର୍କ କମ୍ ଆସିବା,କେଉଁଠି ତ୍ରୁଟି ରହିଲା, ତାହା ସହିତ କଲେଜ ପରିବେଶ ସଫାନଥିବା, ଛାତ୍ର ୟୁନିଅନ ନଥିବା, ଛାତ୍ର କମନ ରୁମ୍ ନଥିବା ଭଲି ସମସ୍ୟା ଆଲୋଚନା ସହ ଛୋଟ ଛୋଟ ସମସ୍ୟା କୁ ସମାଧାନ ପୂର୍ବକ ଆଲୋଚନା କରି ପଢା ପଢ଼ି ରେ ମନଦେବା, ମୋବାଇଲ ର ସଠିକ୍ ବ୍ୟବହାର, ମାନବିକତା ଭଳି ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ଆଗାମୀ ଦିବସରେ ସାମାଜିକ ଦାୟିତ୍ୱ କୁ ମଧ୍ୟ ଗୁରୁତ୍ଵ ଦେଇ ନିଜର ବ୍ୟକ୍ତିତ୍ଵ ର ବିକାଶ ର ମନ୍ତ୍ର ପ୍ରଦାନ କରାଯାଇଥିଲା।
