ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି।
ବାଲିଗୁଡ଼ା:(ନି.ପ୍ର) ୧୦/୦୯/୨୦୨୬:
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମଜନଙ୍କୁ ସରକାରୀ ସହାୟତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏପରି ଶିବିରରେ ଭିନ୍ନକ୍ଷମଙ୍କ ପଞ୍ଜୀକରଣ, ମୂଲ୍ୟାୟନ ଓ ବିଭିନ୍ନ ସହାୟକ ଉପକରଣ ପାଇଁ ପ୍ରକ୍ରିୟା କରାଯାଏ। ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ, ହ୍ୱିଲ୍ଚେୟାର, ଶ୍ରବଣ ଯନ୍ତ୍ର, ଚାଲିବା ପାଇଁ ସହାୟକ ଉପକରଣ ସମେତ ବିଭିନ୍ନ ସହାୟତା ପାଇଁ ମୂଲ୍ୟାୟନ ଓ ପଞ୍ଜୀକରଣ କରାଯାଇଥିଲା।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରାଣୀତା ଦାସ ଉପସ୍ଥିତ ରହି ଶିବିରର କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଏଥିସହ ବାଲିଗୁଡ଼ା ବିଡିଓ ମଧ୍ୟ ଉପସ୍ଥିତ ରହି ଶିବିରର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।ସରକାରଙ୍କ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଭିନ୍ନକ୍ଷମଜନଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
