ସମୂହ ଯୋଗାଣ ସହାୟକଙ୍କ ଧାରଣା ଯୋଗୁଁ ୧୭ ଟି ପଞ୍ଚାୟତର ବଣ୍ଟନ ବ୍ୟବସ୍ଥା ଠପ୍
______________
ସାରସକଣା,(୧୦/୯/୨୬)(ନି.ପ୍ର):
ରାଜ୍ୟ ସରକାରଙ୍କ ଦ୍ଵାରା ୨୦୧୨ ମସିହାରେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ଖାଦ୍ୟ ସୁଷମ ବଣ୍ଟନ ନିମନ୍ତେ ପ୍ରତି ପ୍ରଞ୍ଚାୟତ ସ୍ତରରେ ଯୋଗାଣ ସହାୟକ ନିଯୁକ୍ତି କରିଥିଲେ । ମାତ୍ର ତାଙ୍କ କାର୍ଯ୍ୟ ପରିବର୍ତ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଯଥା: ଆବାସ ଯୋଜନାର ତଥ୍ୟ ସଂଗ୍ରହ, ବନ୍ୟା ବାତ୍ୟା ସମୟରେ ବିଭିନ୍ନ ଜରୁରୀ କାଳୀନ ପରିସ୍ଥିତିରେ ଦାୟିତ୍ଵ ତୁଲାଇବା,ଭତ୍ତା ବଣ୍ଟନ ଆଦି କାର୍ଯ୍ୟରେ ପ୍ରସାଶନକୁ ସହଯୋଗ କରି ଆସୁଥିବା ବେଳେ ତାଙ୍କୁ ପାରିଶ୍ରମିକକୁ ସରକାର ବୃଦ୍ଧି ନ କରି ପୂର୍ବ ନିର୍ଦ୍ଧାରିତ ପାରିଶ୍ରମିକରେ ଖଟାଉ ଥିଲେ । ସରକାର ଏଥି ପ୍ରତି ଗୁରୁତ୍ଵ ଦେଉ ନ ଥିବାରୁ ଅଦ୍ୟାବଧି ସମୂହ ଯୋଗଣ ସହାୟକ ଗଣ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରଖିଛନ୍ତି । ଏ ବାବଦରେ ସାରସକଣା ବ୍ଲକ ଯୋଗଣ ସହାୟକ ସଂଘର ସଭାପତି ବୈଲୋଚନ ଭୋଳ ପ୍ରତିକ୍ରୀୟା ରଖି କହିଛନ୍ତି, ସରକାର ଆମର ମୁଖ୍ୟ ଦାବୀ ଦରମା ବୃଦ୍ଧି ଓ ଆମକୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନ କରିବା ପର୍ଯ୍ୟନ୍ତ ଆମେ ରାଜ୍ୟ ସଂଘର ନିର୍ଦ୍ଦେଶନୁଯାୟୀ କାର୍ଯ୍ୟ ବନ୍ଦ ରଖି ଧାରଣାରେ ରହିବୁ । ସୂଚନା ଯୋଗ୍ୟ, ଯେ ସାରସକଣା ବ୍ଲକର ସମୂହ ଯୋଗାଣ ସହାୟକ ନିଜର ଦାବୀକୁ ନେଇ ଗତ ୨ ତାରିଖ ପାଖରୁ ୬ ତାରିଖ ପର୍ଯ୍ୟନ୍ତ ସମୂହେ ଛୁଟିରେ ରହିଥିବା ବେଳେ ୭ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରଖି ଧାରଣାରେ ରହିଛନ୍ତି । ଯାହା ଫଳରେ ବ୍ଳକର ୧୭ ଗୋଟି ପଞ୍ଚାୟତରେ ବଣ୍ଟନ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
