SLUG – ରଣପୁର ର ବିଭିନ୍ନ ସମସ୍ୟା କୁ ନେଇ ବିଡ଼ିଓଙ୍କୁ ରଣପୁର ବିଜେଡିର ଦଶଦଫା ଦାବି ପ୍ରଦାନ ,,,।
ANCHOR – ରଣପୁର ଅଞ୍ଚଳରେ ଚାଲିଛି ମନମୁଖୀ କାର୍ଯ୍ୟ ଦିନକୁ ଦିନ ବଢ଼ିଚାଲିଛି ଅରାଜକତା। ଖଣି ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁଠି ଦୁର୍ନିତି ର ବାସ୍ନା ଶୋଷଣର ଶିକାର ହେଉଛନ୍ତି ଗରିବ।ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ରଣପୁରରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ ମା’ ଶିମିଳି ଠାକୁରାଣୀଙ୍କ ପୀଠରେ ଆୟୋଜିତ ହୋଇଯାଇଛି।ବୈଠକରେ ଦଳର ବରିଷ୍ଠ ନେତା ଓ ଛାମୁଆ କର୍ମୀମାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଏହା ସହିତ ବିଭିନ୍ନ ଜନ ସମସ୍ୟାକୁ ନେଇ ରଣପୁର ବିଡ଼ିଓ, ତହସିଲଦାର, ଡାକ୍ତରଖାନା ଏବଂ ଥାନା ଅଧିକାରୀଙ୍କୁ ଦଶ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ
ବିଜେଡି ଦଳର ଲୋକପ୍ରିୟ ତଥା ରାଜ୍ୟ ଯୁବ ସଂଯୋଜକ ପ୍ରଫୁଲ୍ଲ କୁମାର ନାୟକ ଏବଂ ନୁତନ ରଣପୁର ବ୍ଳକ ସଭାପତି ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ନଗର ସଭାପତି ଲିଙ୍ଗରାଜ ନାୟକ, ବରିଷ୍ଠ ନେତା କିଶୋର ପଟ୍ଟନାୟକ, ପୂର୍ବତନ ସଭାପତି ପାଣ୍ଡବ ସେଠୀ, ରଞ୍ଜନ ଦାସ, ନାରୀନେତ୍ରୀ ନର୍ମଦା ରାୟ ସ୍ବର୍ଣ୍ଣ ପ୍ରକାଶ ରାଉତରାୟ ଙ୍କ ସହ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଦଳୀୟ ସଂଗଠନକୁ ତୃଣ ମୂଳସ୍ତରରେ ସୁଦୃଢ଼ କରିବା ସହ ବିଭିନ୍ନ ସମସ୍ୟା ଏବଂ କର୍ମୀଙ୍କୁ ଏକଜୁଟ କରିବା ନେଇ ଆଲୋଚନା ହୋଇଥିଲା।
Byte:
1- ପ୍ରଫୁଲ୍ଲ ନାୟକ, ରାଜ୍ୟ ବିଜେଡି ଯୁବ ସଂପାଦକ
2 ସନ୍ତୋଷ ଲେଙ୍କା, ବ୍ଲକ ବିଜେଡ଼ି ସଭାପତି
3- ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ
