ଲଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ… ତା 09/09/2026 ବୁଧବାର ଦିନ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିପିଳିଆର ମିଳିତ ଆନୁକୂଲ୍ୟରେ, ବିଦ୍ୟାଳୟ ସଭାଗୃହ ଠାରେ ରାଷ୍ଟ୍ର ନିର୍ମାଣରେ ଛାତ୍ର ଛାତ୍ରୀମାନଙ୍କ ଭୂମିକାକୁ ନେଇ, “ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ” ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଶ୍ରୀ ନିରାକାର ସ୍ୱାଇଁ ଅଧକ୍ଷତା କରି ସ୍ୱାବଲମ୍ବୀ ସମାଜ ଗଢିବାପାଇଁ ଛାତ୍ର ଛାତ୍ରୀ ମାନଂକୁ ଆହ୍ୱାନ ଦେଇଥିଲେ l ସ୍ବଦେଶୀ ଜାଗରଣ ମଞ୍ଚ ପୂର୍ଵପ୍ରାନ୍ତ ସଂଗଠକ ମନ୍ତ୍ରୀ ଶ୍ରୀ ରାଜେଶ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l ସେ କହିଲେ ଭାରତରେ 37 କୋଟି ଯୁବକ ଯୁବତୀ ଅଛନ୍ତି l ସେମାନଙ୍କ ମଧ୍ୟରୁ 18ସତକଡା ପାଠ ପଢି ବେରୋଜଗାର ଅଛନ୍ତି l ସ୍ଥାନୀୟ ସ୍ଥରରେ ସ୍ବଦେଶୀ ଢାଞ୍ଚାରେ ସ୍ୱାବଲମ୍ବନଶିଳ ହେବାକୁ ବୁଝାଇଥିଲେ l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ସମ୍ପାଦକ ତଥା ସ୍ବଦେଶୀ ଆନ୍ଦୋଳନର ପ୍ରଵକ୍ତା ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ, ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ, କୁଟୀର ଶିଳ୍ପ,ସ୍ବଦେଶୀ ଜ୍ଞାନକୌଶଳ ମାଧ୍ୟ୍ୟମରେ ସ୍ୱାବଲମ୍ବୀ ହେବାକୁ ବୁଝାଇଥିଲେ l ସ୍ବଦେଶୀ ଜାଗରଣ ମଞ୍ଚ କେନ୍ଦୁଝର ଜିଲ୍ଲା ସଂଯୋଜକ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଅନ୍ୟତମ ଅତିଥି ଭାବ ଯୋଗ ଦେଇ କହିଲେ, କେନ୍ଦୁଝର ବନବାସୀ ଆଦିବାସୀ ଅଂଚଳ l ଲଘୁ ବନଜାତ ଦ୍ରବ୍ୟ, ସ୍ଥାନୀୟ ସମ୍ବଳର ବିନିଯୋଗକରି ସ୍ୱରୋଜଗାରୀ ହେବାକୁ ବୁଝାଇଥିଲେ l ଅଧ୍ୟପାକ ଶ୍ରୀ ଅଲେଖ ପ୍ରସାଦ ସାହୁ ଅତିଥି ମାନଂକୁ ସ୍ୱାଗତ ଜଣାଇଥିଲା ବେଳେ,ଅଧ୍ୟାପକ ଶ୍ରୀ ହେମନ୍ତ କୁମାର ମିଶ୍ର ଅତିଥି ମାନଂକୁ ଧନ୍ୟବାଦ ପ୍ରଦାନ କରିଥିଲେ l 350 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରଶ୍ନ ଉତ୍ତର ଆଲୋଚନାରେ ଭାଗ ନେଇ ଥିଲେ l ଅଂଶ ଗ୍ରହଣ କାରୀ ମାନେ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ସର୍ବ ସମ୍ମତି ପ୍ରଦାନ କରିଥିଲେ
