ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣି ଦେବୀଙ୍କ ଡଙ୍ଗରଯାତ୍ରା ପାଳିତ
କୋକସରା: ୮/୯ କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହି। ଭଞ୍ଜଦୂତ କାଗଜ ଖବର , ସହ ଦେବାଦେବୀ ମାନଙ୍କ ପାଳନ କରିବାରେ ଏକ ନିବିଡ଼ ସମ୍ପର୍କ ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୌତମୁଣ୍ଡାଠାରେ ଥିବା ସାହାଜଖୋଲ
ସଂରକ୍ଷିତ ଜଙ୍ଗଲ ମଧ୍ୟରେ କେଉଁ ଏକ କାଳରୁ ପୂଜା ପାଉନ୍ତି ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦେବୀ ପୂଜା ପାଇ ଆସୁଛନ୍ତି । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣିମା ପରେ ପଢୁଥିବା ପ୍ରଥମ ମଙ୍ଗଳବାର ଦିନ ଦେବୀ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଚଳିତ ବର୍ଷ କିଛି କାରଣ ବଶତଃ ଦ୍ୱତୀୟ ମଙ୍ଗଳ ବାର ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ଗ୍ରାମ ପୂଝାରୀଙ୍କ ଗହଣରେ ଗୋତ ମୁଣ୍ଡା ଗ୍ରାମରୁ ପ୍ରାୟ ଅଢ଼େଇ କିମି ରାସ୍ତା ଚାଲିଚାଲି କଳସୀ ଓ ଲାଠି ଯାତ୍ରାରେ ବାହାରିଥାନ୍ତି ଦେବୀଙ୍କ ଅବସ୍ଥାନରେ ପହଞ୍ଚିଥାନ୍ତି । ଏହାପରେ ପୂର୍ବ ନିର୍ଦ୍ଧାରିତ
ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଡ଼ଙ୍ଗର ଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଶୁକ୍ଳ ଭୋଗସହ ପାରା, କୁକୁଡା ଓ ବୋଦା ବଳି ଦିୟଜା ନିଜର ମାନସିକ ପୂରଣ କରୁଥିବାବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇଥାଏ । ପଡୋଶୀ ରାଜ୍ୟ ଛତିଶଗଡ, ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସିଥାନ୍ତି । ମା’ ସର୍ବମଙ୍ଗଳାଙ୍କ
ପୁଝାରୀ ଙ୍କର ନାମ ମନୋହର ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ
ଗ୍ରାମବାସୀ ମାନେ ଘାଟିମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରନ୍ତି। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ଶୁକ୍ଳଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୂରଣ କରି ଥାଆନ୍ତି
