ଓଡ଼ିଶାରେ ଏକାଥରେ ୫ ଓରାଙ୍ଗୁଟାନ ଦେଖାଯିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ‼️
______________________
ଓଡ଼ିଶାରେ ଏକାଥରେ ୫ ଓରାଙ୍ଗୁଟାନ ଦେଖାଯିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ? କାରଣ ଏମାନେ ଭାରତର କୌଣସି ଜଙ୍ଗଲର ସ୍ଥାନୀୟ ପ୍ରାଣୀ ନୁହଁନ୍ତି। କେବଳ ଦକ୍ଷିଣ-ପୂର୍ବ ଏସିଆର ଇଣ୍ଡୋନେସିଆ ଏବଂ ମାଲେସିଆର ଜଙ୍ଗଲରେ ବାସ କରନ୍ତି। ତେଣୁ ବିନା ଚାଲାଣରେ ବା ବେଆଇନ ପରିବହନ ବିନା ହଜାର ହଜାର କିଲୋମିଟର ଦୂରତା, ସମୁଦ୍ର ଏବଂ ବିଭିନ୍ନ ଦେଶର ସୀମା ପାର କରି ଏମାନେ ନିଜେ ଚାଲି ଚାଲି ବା ପହଁରି ଓଡ଼ିଶାର ବାଲେଶ୍ୱର ଜଙ୍ଗଲରେ ପହଞ୍ଚିବା ଆଦୌ ସମ୍ଭବପର ନୁହେଁ।
ହୋଇପାରେ, ଚାଲାଣକାରୀମାନେ ବେଆଇନ ଭାବେ ଏହି ବିରଳ ପ୍ରାଣୀମାନଙ୍କୁ ସମୁଦ୍ର କିମ୍ବା ଅନ୍ୟ କୌଣସି ଜଳ/ସ୍ଥଳପଥ ଦେଇ ଭାରତ ଭିତରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଚାଲାଣ କରୁଥିଲେ। ବାଟରେ ସୁରକ୍ଷା କର୍ମୀଙ୍କ କଡ଼ାକଡ଼ି କିମ୍ବା କୌଣସି ଅସୁବିଧା ଯୋଗୁଁ ଚାଲାଣକାରୀମାନେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ଛାଡ଼ି ପଳାଇଥିବେ।
ଏହି ଓରାଙ୍ଗୁଟାନ୍ମାନେ ଅତ୍ୟନ୍ତ ବୁଦ୍ଧିମାନ, ଶାନ୍ତ ଏବଂ ସାଧାରଣତଃ ନିରୀହ ପ୍ରକୃତିର ପ୍ରାଣୀ। ମଣିଷ ସହିତ ଏମାନଙ୍କର ଜିନଗତ ସାମଞ୍ଜସ୍ୟ ପ୍ରାୟ ୯୭ ପ୍ରତିଶତ ରହିଛି। ଛୋଟ ଅବସ୍ଥାରେ ଏମାନେ ଦେଖିବାକୁ ଅତି ଆକର୍ଷକ ଓ ନିରୀହ ହୋଇଥିବାରୁ କେତେକ ଅର୍ଥଲୋଭୀ ଲୋକ ଏହାକୁ ନିଜର ଷ୍ଟାଟସର ପ୍ରତୀକ ଭାବେ ବ୍ୟବହାର କରିବାକୁ ଚାହାଁନ୍ତି।
ଆପଣ ଜାଣିଛନ୍ତି, ଏହି ଓରାଙ୍ଗୁଟାନର ଛୁଆ ନିଜ ମାଆ ସହ ଟିକେ ବଡ଼ ହେବା ଯାଏଁ ମାନେ ୬/୭ ବର୍ଷ ସାଙ୍ଗରେ ରହିଥାନ୍ତି। ହେଲେ ଏମିତି ବେଆଇନ ଚାଲାଣକାରୀମନେ ସେହି ଛୁଆ ଓରାଙ୍ଗୁଟାନ୍କୁ ଧରିବା ପାଇଁ
ତାର ମା’କୁ ମାରିଦେବାକୁ ମଧ୍ୟ ପଛାନ୍ତି ନାହିଁ। କିଛି ଅନଧିକାର ସଂସ୍ଥା, ସର୍କସ୍ କମ୍ପାନୀ ବା ପର୍ଯ୍ୟଟନ କେନ୍ଦ୍ରରେ ଏମାନଙ୍କୁ ଜୋରଜବରଦସ୍ତ ବିଭିନ୍ନ କସରତ କରାଇବା ଏବଂ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ବ୍ୟବହାର କରନ୍ତି।
ବନ ବିଭାଗ ଏବଂ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏମାନେ ପ୍ରକୃତରେ କେଉଁ ଦେଶରୁ କେଉଁ ବାଟ ଦେଇ ଏଠାକୁ ଆସିଥିଲେ ଏବଂ ଏହାର ମୂଳ ଉତ୍ସ କ’ଣ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସେମାନଙ୍କୁ ନିଜ ଅଞ୍ଚଳକୁ ଫେରାଇ ନେବାରେ ସାହାଯ୍ୟ କରନ୍ତୁ।
ବାଲେଶ୍ଵରରୁ ନିତେଦ୍ର ନାରାୟଣ ମହାରଣାଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
