ଲାୟନ୍ସ କ୍ଲବ ସମ୍ବଲପୁର ସେଣ୍ଟ୍ରାଲ ପକ୍ଷରୁ ଟିବି ରୋଗୀଙ୍କୁ ଖାଦ୍ୟ କିଟ୍ ବଣ୍ଟନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସମ୍ବଲପୁର, ୮/୯: ଲାୟନ୍ସ କ୍ଲବ ସମ୍ବଲପୁର ସେଣ୍ଟ୍ରାଲ ପକ୍ଷରୁ ମଙ୍ଗଳବାର ଆଠାବିରାଠାରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପ୍ରାୟ ୨୫ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରୋଗୀମାନଙ୍କ ସୁସ୍ଥତା ଓ ପୁନରୁଦ୍ଧାରରେ ସହାୟତା କରିବା ଉଦ୍ଦେଶ୍ୟରେ କ୍ଲବ ପକ୍ଷରୁ ଏହି ମାନବିକ ପଦକ୍ଷେପ ନିଆଯାଇଥିଲା।
କ୍ଲବର ସଭାପତି ଲାୟନ ନିହାଲ ଚାନ୍ଦ ସୋନି ଓ ସମ୍ପାଦକ ଲାୟନ ରାମଚନ୍ଦ୍ର ସର୍ଦ୍ଦାଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଲାୟନ ଦୀନଦୟାଲ ଅଗ୍ରୱାଲ, ଲାୟନ ଓମପ୍ରକାଶ ଅଗ୍ରୱାଲ, ଲାୟନ ଗୋପାଳ ଅଗ୍ରୱାଲ, ଲାୟନ ମନୋଜ ଖେମକା, ଲାୟନ ଗୋପାଳ ସାମନ୍ତରାୟ, ଲାୟନ ବୁଧ ନାରାୟଣ ପୋଦ୍ଦାର, ଲାୟନ ନରେନ୍ଦ୍ର ଅଗ୍ରୱାଲ, ଲାୟନ ସୂର୍ଯ୍ୟକାନ୍ତ ତ୍ରିପାଠୀ ଓ ଲାୟନ ରାଜେନ୍ଦ୍ର କୁମାର ଦାରୁକା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସେବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।
କ୍ଲବର ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଯୋଗୁଁ ପ୍ରକଳ୍ପଟି ସଫଳ ହୋଇଥିଲା। “ସହାନୁଭୂତିର ସହ ସେବା, କାର୍ଯ୍ୟ ମାଧ୍ୟମରେ ପ୍ରେରଣା”—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଲାୟନ୍ସ କ୍ଲବ ସମ୍ବଲପୁର ସେଣ୍ଟ୍ରାଲ ଆଗକୁ ବଢ଼ୁଛି।
ଲାୟନ୍ସ କ୍ଲବ ସମ୍ବଲପୁର ସେଣ୍ଟ୍ରାଲ — “We Serve” 🦁
