ଗଛ ଓ ଗୀତା ଦେଇ ନୂତନ ଥାନାଧିକାରୀଙ୍କୁ ସ୍ୱାଗତ କଲା ଆଦର୍ଶ ଯୁବ ପରିଷଦ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::::ସୋରରେ ନୂତନ ଥାନା ଅଧିକାରୀ ଭାବେ ଭାବେ ଯୋଗ ଦେଇଥିବା ଅନୁରାଗ ମହାନ୍ତିଙ୍କୁ ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ଉଚ୍ଛସ୍ବିତ ସ୍ୱାଗତ କରାଯାଇଛି। ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ହେବ ସୋର ଥାନାରେ ଜଣେ ସ୍ଥାୟୀ ଥାନାଧିକାରୀ ନ ଥିବାରୁ ବହୁ ସମୟରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଘଟିଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା ନିଆରା ଥିଲା କାହିଁକି ନା ପରିଷଦ ତରଫରୁ ନୂତନ ଥାନାଧିକାରୀ ଶ୍ରୀ ମହାନ୍ତିଙ୍କୁ ଏକ ଗଛ ସହ ଶ୍ରୀମଦ ଭଗବତ ଗୀତା ପ୍ରଦାନ କରାଯାଇଥିଲା। ଗୀତା ଗ୍ରହଣ କରିବା ବେଳେ ଶ୍ରୀ ମହାନ୍ତି ନିଜର ଜୋତା ଖୋଲି ଏହାକୁ ଗ୍ରହଣ କରିବା ଭଗବାନଙ୍କ ପ୍ରତି ପରିଷଦ ତରଫରୁ ଭାଇର ସୁରକ୍ଷାର ବନ୍ଧନ ରକ୍ଷା ବନ୍ଧନ ନୂତନ ଆଇଆଇସିଙ୍କ ହାତରେ ମହିଳା ସଦସ୍ୟ ମାନେ ବାନ୍ଧି ପ୍ରତେକ ମହିଳାଙ୍କ ସହ ସାରା ସୋରର ସୁରକ୍ଷା ପାଇଁ ନିବେଦନ କରିଥିଲେ। ଆଗାମୀ ଦିନରେ ସୋରରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ବୃଦ୍ଧି ପାଉଥିବା ଚୋରା ମଦ କାରବାର, ଛୀନତାଇ, ଡକାୟତି, ଚୋରି, ନିଶା ଦ୍ରବ୍ୟ ପାଇଁ ପଥଭ୍ରଷ୍ଟ ଯୁବ ସମାଜକୁ ସଠିକ ରାସ୍ତାରେ ଆଣିବା ପାଇଁ ଅନୁରୋଧ କରିଥିଲେ। ନୂତନ ଆଇଆଇସି ଶ୍ରୀ ମହାନ୍ତି ଆଗାମୀ ଦିନରେ ସୋରରେ ପରିଷଦର କାର୍ଯ୍ୟକ୍ରମକୁ ଆହୁରି ପରିବ୍ୟାପ୍ତ କରିବା ସହ ସମସ୍ତ ଲୋକ ନିଜର କିଛି ସମୟ ସମାଜ ସେବା କରିବାକୁ ବାର୍ତ୍ତା ଦେଇଥିଲେ। ଏହା ସହ ପରିଷଦର ସାମାଜିକ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନରେ ପରିଷଦର ସଭାପତି ତଥା ଯୁବ ଆଇନଜୀବୀ ପୃଥିବୀ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
