ଘୁମୁସର ସାମ୍ବାଦିକ ମାନଙ୍କ ପାଇଁ ବିପଦର ବନ୍ଧୁ ସମାଜ ସେଵୀ -ଏ. ବିଷ୍ଣୁ ପ୍ରସାଦ।
ଭଞ୍ଜନଗର:୦୩/୦୯ (ପ୍ରଫୁଲ୍ଲ କୁମାର ମହାରଣା )
ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ନେତା/ସମାଜସେବୀ ଏ. ବିଷ୍ଣୁ ପ୍ରସାଦ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଏକ ସ୍ପଷ୍ଟ ଓ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସମାଜରେ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କ ଯେକୌଣସି ବିପଦ ଓ ସମସ୍ୟା ସମୟରେ ସେ ଜଣେ ପ୍ରକୃତ ବନ୍ଧୁ ଭାବେ ସଦାସର୍ବଦା ଛିଡ଼ା ହେବେ।
ସାମ୍ବାଦିକମାନେ ସମାଜର ଚତୁର୍ଥ ସ୍ତମ୍ଭ ଭାବେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର କରାଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସାମ୍ବାଦିକମାନେ କାର୍ଯ୍ୟ କରିବା ସମୟରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଓ ବିପଦର ସମ୍ମୁଖୀନ ହୋଇଥାନ୍ତି, ତେଣୁ ସେମାନଙ୍କ ସୁଖ-ଦୁଃଖ ଓ ଆପଦ-ବିପଦରେ ସାହାଯ୍ୟର ହାତ ବଢ଼ାଇବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ସମ୍ମିଳନୀ ରେ ବବି ଅନନ୍ତ ନାଗ ରଥ,ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶ୍ରୀ ପ୍ରସାଦଙ୍କର ଏହି ଆଶ୍ୱାସନା ଓ ସହଯୋଗପୂର୍ଣ୍ଣ ଅଭିଭାଷଣକୁ ଭଞ୍ଜନଗରର ସାମ୍ବାଦିକ ମାନଙ୍କ ମହଲରେ ବେଶ୍ ପ୍ରଶଂସା କରାଯାଇଛି।
