ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।
ଭଞ୍ଜନଗର -୦୩/୦୯: (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ଜୋନ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଲୋପାମୁଦ୍ରା ରଥ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ରୂପେ ଏ.ବି.ଇ.ଓ ସୁବାସିନୀ ତ୍ରୀପାଠୀ, ଏସ୍.ଏମ୍.ସି ଅଧ୍ୟକ୍ଷା ଭାରତୀ ଜେନା, ପ୍ରଧାନ ଶିକ୍ଷକ ଗୌରିନନ୍ଦନ ହୋତା, ଆଯୋଧ୍ୟାନଥ ସାହୁ, କେଦାର ସେଠୀ, ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଜୋନାଲ୍ କ୍ରୀଡ଼ା ସେକ୍ରେଟାରୀ ତଥା ମୁଜାଗଡ଼ ବିଦ୍ୟାଳୟର ପି.ଇ.ଟି ଧନୁର୍ଜୟ ଦଳବେହେରା ଏବଂ ଚିନ୍ମୟ ସାହୁ ଙ୍କ ସମେତ ଗାଲେରୀ ଉଚ୍ଚ ବିଦ୍ୟାଳୟର ପି.ଇ.ଟି ତଥା ଅନ୍ୟତମ ଜୋନାଲ୍ କ୍ରୀଡ଼ା ସେକ୍ରେଟାରୀ ଦିବ୍ୟଜ୍ୟୋତି ପ୍ରଧାନ , ବ୍ଲକ୍ ସେକ୍ରେଟାରୀ ଆଲୋକ ସ୍ୱାଇଁ , ପ୍ରବୀଣ କୁମାର ଖାଡ଼ଙ୍ଗା ପ୍ରମୁଖଙ୍କ ସହ ସମସ୍ତ ନିମନ୍ତ୍ରିତ ପି.ଇ.ଟି ଶିକ୍ଷକ, ଶିକ୍ଷୟତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କ୍ରୀଡ଼ା ମଶାଲ ଅଣାଯିବ ସହ କ୍ରୀଡା ପତାକାକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତ୍ତୋଳନ କରାଯିବ ସହ କ୍ରୀଡା ନିମିତ୍ତ ଶପଥ ପାଠ କରଯାଇଥିଲା। ଅଧ୍ୟାପକ ଶ୍ରୀ ତ୍ରିନାଥ ବେହେରା ଅତିଥି ଆବାହନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ଛତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। “ଶିକ୍ଷା ସହ କ୍ରୀଡ଼ା—ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୁଖ୍ୟ ଆଧାର” ବାର୍ତ୍ତା ନେଇ ଆୟୋଜିତ ଏହି କ୍ରୀଡ଼ା ଉତ୍ସବ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଛି। ଏହି ପ୍ରତିଯୋଗିତାରେ କବାଡି, ଖୋ ଖୋ, ୧୦୦ ମି,୨୦୦ ମିି ,୬୦୦ ମି,୧୫୦୦ ମିି,୩୦୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସ୍କସ ଥ୍ରୋ, ଜାଭେଲିନ ଥ୍ରୋ, ସଟ ପୁଟ ଥ୍ରୋ ଆଦି କ୍ରୀଡ଼ା ଅନୁଷ୍ଠିତ ହୋଇଥଲା। ଏହି କାର୍ଯ୍ୟକ୍ରମରେ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅଣ ଶୈକ୍ଷିକ କର୍ମଚାରି , ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ ଏବଂ ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟତ୍ରୀ, ପି.ଇ.ଟି ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
