*ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬-*
ନୂଆପଡା(ମିଖାଏଲ ନନ୍ଦ)
ତା-୦୩/୦୯
ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓ ନୂଆପଡା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରାଙ୍କ ତତ୍ତ୍ଵାବଧାନରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଶନିବାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ତଥା ଦେୱାନୀ, ଫୌଜଦାରୀ, ମୋଟର ଦୂର୍ଘଟଣାଜନିତ କ୍ଷତିପୂରଣ, ବୈବାହିକ ବିବାଦ (ଛାଡ଼ପତ୍ରକୁ ବାଦଦେଇ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ ଯୋଗାଣ ବିଲ୍ ଦେୟ ଜନିତ ବିବାଦ, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ପ୍ରାକ୍-ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ବ ଓ ଅନ୍ୟାନ୍ୟ ଦେୱାନୀ ଓ ଫୌଜଦାରୀ ମକଦ୍ଦମାଗୁଡ଼ିକର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ମକଦ୍ଦମା ଓ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ହୋଇଥାଏ । ସବିଶେଷ ବିବରଣୀ ନିମନ୍ତେ ନୂଆପଡ଼ା ଜିଲ୍ଲା ଆଇନ ସେବା କାର୍ଯ୍ୟାଳୟର ହେଲ୍ପଲାଇନ୍ ନମ୍ବର ୦୬୬୭୮-୨୨୫୩୩୬ ଏବଂ ଟୋଲ-ଫ୍ରି ନମ୍ବର ୧୫୧୦୦ ଯୋଗଯୋଗ
