ବିଦୁ ୧୬ ନମ୍ବର ଜାତୀୟ ରାଜପଥ ରେ ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଏକ ଅଜଣା ଗାଡ଼ି ଧକ୍କାରେ ଲିଭି ଯାଇଛି ଯୁବକଙ୍କ ଜୀବନ ଦୀପ।ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ଏକ ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବାସୁଦେବପୁର ଥାନା ଜଗନ୍ନାଥପୁର ପଞ୍ଚାୟତ ଆମ୍ବଗଡି ଗ୍ରାମର ରବିନ୍ଦ୍ର ମହାରଣାଙ୍କ ପୁଅ ସନ୍ଦୀପ ମହାରଣା(୨୬) ପୁରୀର ଏକ ହୋଟେଲରେ ରହି କାମ କରୁଥିବା ବେଳେ ଗତ ଚାରିଦିନ ତଳେ ଘରକୁ ଆସିଥିଲେ। ଆଜି ଅପରାହ୍ଣରେ କୌଣସି କାମରେ ଓଡି୦୧ବିଏଚ୭୫୯୨ ନମ୍ବର ବିଶିଷ୍ଟ ଏକ କଳା ନୀଳ ମିଶା ପଲସର ବାଇକରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ପୋଲ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ପୁଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଦୀପଙ୍କୁ ଶବକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ଆଣିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପରେ ଅନନ୍ତପୁର ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
