ଜୁନାଗଡ଼ର ବରିଷ୍ଠ କେମିଷ୍ଟ ବ୍ୟବସାୟୀ ତଥା ବିଜେପି ନେତା ବେଦପ୍ରକାଶ ଗୋୟଲଙ୍କ ପରଲୋକ.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ବରିଷ୍ଠ କେମିଷ୍ଟ ବ୍ୟବସାୟୀ ତଥା ବିଶିଷ୍ଟ ବିଜେପି ନେତା ଶ୍ରୀ ବେଦପ୍ରକାଶ ଗୋୟଲଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।
ତାଙ୍କର ବିୟୋଗରେ କେମିଷ୍ଟ ସମାଜ, ବିଜେପି ପରିବାର ତଥା ଜୁନାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମାଜ ଓ ଅଞ୍ଚଳ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।
ପରମପିତା ପରମେଶ୍ୱର ତାଙ୍କର ପବିତ୍ର ଆତ୍ମାକୁ ନିଜ ଶ୍ରୀଚରଣ କମଳରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।
ଓଁ ଶାନ୍ତି 🙏
