ବୃଦ୍ଧ ଙ୍କ ଆକସ୍ମିକ ବିୟୋଗ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦାଣ୍ଡ ଖେଳାଇଙ୍କ ପୂର୍ବତନ ପୂଜକ ତଥା ଜଣେ ନିଷ୍ଠାବାନ୍ ସମାଜସେବୀ ହରିଶ୍ଚନ୍ଦ୍ର ନନ୍ଦ (୮୫)ଙ୍କର ଆଜି ଭୋର୍ ସମୟରେ ପରଲୋକ ହୋଇଯାଇଛି। ତାଙ୍କର ଏପରି ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ତାଙ୍କର ମରଶରୀର ଶିରାପୁରସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହି ସମୟରେ ତାଙ୍କର ଏକମାତ୍ର ପୁଅ ରତିକାନ୍ତ ନନ୍ଦ, ପୁତ୍ରବଧୂ, ଝିଅ, ଜ୍ୱାଇଁ ଏବଂ ନାତିନାତୁଣୀଙ୍କ ସମେତ ବହୁ ବନ୍ଧୁବାନ୍ଧବ, ଗ୍ରାମବାସୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଗ୍ରାମ ଶ୍ମଶାନରେ ସ୍ବର୍ଗତ ନନ୍ଦଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏକମାତ୍ର ପୁଅ ରତିକାନ୍ତ ନନ୍ଦ ମୁଖାଗ୍ନି ଦେଇଥିଲେ।
ଧର୍ମପ୍ରାୟ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପରିଚିତ ହରିଶ୍ଚନ୍ଦ୍ର ନନ୍ଦଙ୍କ ବିୟୋଗରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
