ଭିଜିଲାନ୍ସ ହାତ ରେ ଧରାପଡିଲେ ପାଟଣା ତହସିଲର ଜେଆରଏ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
ପାଟଣା_ କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟର ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ବି. ଏଚ. ଉମାଶଙ୍କର ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଓଡିଶା ଭିଜିଲାନ୍ସ ହାତ ରେ ଧରାପଡ଼ିଛନ୍ତି| ସୂଚନା ଅନୁଯାୟୀ,ଜଣେ ଆବେଦନ କାରୀ ୩-୬-୨୦୨୬ ରେ ତାଙ୍କ ଜମିର ମ୍ୟୁଟେସନ/ଖାରଜ କେଶ୍ ଏବଂ ROR/ଜମି ପଟ୍ଟା ପ୍ରଦାନ ପାଇଁ ଅନଲାଇନ ରେ ଆବେଦନ କରିଥିଲେ| ଫାଇଲ ଷ୍ଟାଟସ୍ ପଚାରିବାକୁ ଯିବା ବେଳେ JRA ଉମାଶଙ୍କର ଫାଇଲ ପ୍ରକିୟା କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ| ଏଥିରେ ଅତିଷ୍ଠ ହୋଇ ଆବେଦନ କାରୀ ଭିଜିଲାନ୍ସ କୁ ଜଣାଇଥିଲେ| ଆଜି ଓଡିଶା ଭିଜିଲାନ୍ସ ଟିମ୍ ଯୋଜନା କରି ତହସିଲ ଅଫିସ ଗ୍ୟାରେଜ ଭିତରେ ଅଭିଯୁକ୍ତ JRA ଙ୍କୁ ୬ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲେ | ସଂପୂର୍ଣ୍ଣ ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଜବତ କରିଥିଲେ| ଟ୍ରାପ ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଉମାଶଙ୍କର ଙ୍କ ସମ୍ପର୍କିତ ଦୁଇଟି ସ୍ଥାନ ରେ ଏକ କାଳୀନ ଚଢ଼ାଉ ଜାରି ରହିଛି | ଏ ନେଇ ବାଲେଶ୍ଵର ଭିଜିଲାନ୍ସ ଥାନା କେଶ୍ ନମ୍ବର ୧୭/୨୦୨୬, ଧାରା ୭ PC (amendment) Act ,୨୦୧୮ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି|
ରଞ୍ଜନ କୁମାର ବାରିକ
