*ମିଲାଦ୍-ଉନ୍-ନବୀରେ ମାନବିକତାର ନିଦର୍ଶନ: ଲଖନା ସୁନ୍ନି ମୁସଲିମ୍ ଜମାତ୍ ପକ୍ଷରୁ ୪୭ ୟୁନିଟ୍ ରକ୍ତଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୬/୦୮
ନୂଆପଡା ଜିଲ୍ଲା ଅନ୍ତର୍ଗତ ଲଖନା ପଞ୍ଚାୟତ ରେ ପବିତ୍ର ୧୫୦୧ତମ ମିଲାଦ୍-ଉନ୍-ନବୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଲଖନା ସୁନ୍ନି ମୁସଲିମ୍ ଜମାତ୍ ପକ୍ଷରୁ ଆୟୋଜିତ ଏହି ମହତ୍ ଅଭିଯାନରେ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୭ ୟୁନିଟ୍ ରକ୍ତ ଦାନ କରିଛନ୍ତି।ରକ୍ତଦାନ ଭଳି ମାନବିକ ଓ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଆବଶ୍ୟକ ସମୟରେ ରୋଗୀଙ୍କ ଜୀବନ ରକ୍ଷାରେ ସହଯୋଗ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ “ରକ୍ତଦାନ ହେଉଛି ମହାନ ଦାନ– ଏକ ୟୁନିଟ୍ ରକ୍ତ ଅନେକ ଜୀବନ ବଞ୍ଚାଇପାରେ” ବୋଲି ସଚେତନତା ବାର୍ତ୍ତା ଦିଆଯାଇଥିଲା।ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା ଯୋଗଦେଇ ସମସ୍ତଙ୍କୁ ସମ୍ବୋଧନ କରିବା ସହ ରକ୍ତଦାନର ମହତ୍ତ୍ବ ଉପରେ ସାରଗର୍ଭକ ବାର୍ତ୍ତା ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକଙ୍କ ପକ୍ଷରୁ ସମସ୍ତ ରକ୍ତଦାତା ଏବଂ ଏହି ମାନବିକ ପ୍ରୟାସରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି।ଏହି ଶିବିରକୁ ସଫଳ କରିବାରେ ସଭାପତି ସହେବାଜ ହୁସେନ, ସମ୍ପାଦକ ସରଫରାଜ ନୱାଜ, ଇମ୍ତିଆଜ ଭାଇ, ସବିର ହୁସେନ, ରଫିକ ଭାଇ, ମୋହନ ବଞ୍ଜାର, ଲକ୍ଷଣ ରାଉତ, ରଞ୍ଜିତ ବରିହା, ସୁଜିତ ସାହୁ ଓ କିଶୋର ପରିଡ଼ାଙ୍କ ସମେତ ସ୍ବେଚ୍ଛାସେବୀ, ମେଡିକାଲ ଟିମ୍ ଏବଂ ଅନ୍ୟ ମେଡିକାଲ ସହଯୋଗୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ
