*ଖରିଆର ରୋଡ ସହର ୩୫୩ ନମ୍ବର ଜାତୀୟ ରାଜପଥ ଉଚ୍ଛେଦ ପ୍ରକ୍ରିୟା ଜାରି, ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାପନା ଦାବୀ ରେ ବିଜେଡି ଦାବିପତ୍ର*
ନୂଆପଡା(ମିଖାଏଲ ନନ୍ଦ) ତା:୨୬.୦୮.
ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସହର ୩୫୩ ନମ୍ବର ଜାତୀୟ ରାଜପଥ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଜି ରାଜପଥ ଉଚ୍ଛେଦ ପୂର୍ବରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାପନା କରିବାକୁ ଦାବୀ ରେ ଉପ ଜିଲ୍ଲାପାଳ ସୂର୍ମି ସୋରେନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲା ବିଜେଡ଼ି ପଦାଧିକାରୀ ଏବଂ କର୍ମକର୍ତ୍ତାମାନେ ମିଳିତ ରୂପେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେଡି ସଭାପତି ଅବନୀ ରଂଜନ ଯୋଶୀ, ବରିଷ୍ଠ ନେତା ଭାନୁ ପ୍ରତାପ ସିଂ ମାଝୀ, ରାଜେଶ ନିଗମ, ସହ ବହୁ କର୍ମୀ ଯୋଗ ଦେଇଥିଲେ।
