ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା ତାଲିମ” କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା ତାଲିମ” କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଶ୍ରେଣୀ ଗୃହ ପରିସରରେ ତାରିଖ ୨୬.୦୮.୨୦୨୬ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି I
ଏହି ୩୧ ଦିନିଆ ତାଲିମ କାର୍ଯ୍ୟକ୍ରମଟି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ, ଗଜପତିରେ ଚାଲୁରହିବ l ଏଥିରେ ଗଜପତି ଜିଲ୍ଲାର ୭ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ମହିଳା ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ ଦିଆଯିବ। ଏଥିରେ ମୋଟ ୩୫ ଜଣ ମହିଳା ଉପସ୍ଥିତଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି-ଗଜପତି ଏବଂ ଶ୍ରୀମାନ ଅଭିଷେକ ମିଶ୍ର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପରିଚାଳକ ତଥା ନିର୍ଦ୍ଦେଶକ, ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ – ଗଜପତି, ସଭାପତିତ୍ୱ କରିଥିଲେ ତଥା ଶ୍ରୀମତୀ ଏ.ବାଲାମଣି ଆଚାରୀ, ପ୍ରଶିକ୍ଷିକା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରିଥିଲେ l
ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
