ଅନୁଗୋଳରେ ଦୁଷ୍କର୍ମ ମାମଲାରେ ଦୋଷୀକୁ ପନ୍ଦର (୧୫) ବର୍ଷ ସଶ୍ରମ କାରାଦଣ୍ଡ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା କେସ ନମ୍ବର ୧୮୩/୨୦୨୫ ମାମଲାରେ ଅନୁଗୋଳ ଫାଷ୍ଟ ଟ୍ରାକ ସ୍ଵତନ୍ତ୍ର ଅଦାଲତ ବିସୁ ଗୋଚ୍ଛାୟତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଅଦାଲତ ଧାରା ୬୪ (୧) ୬୬,୧୦୩(୧) ଏବଂ ୨୩୮(ଏ) ବିଏନ ଏସ ଅନୁଯାୟୀ ତାଙ୍କୁ ପନ୍ଦର (୧୫) ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ (୫) ବର୍ଷ ସଶ୍ରମ କାରାଦଣ୍ଡ ଏବଂ ମୋଟ ଏକ ଲକ୍ଷ ଦଶ ହଜାର ଟଙ୍କା ଜରୀମନାରେ ଦଣ୍ଡିତ କରିଛନ୍ତି । ମାମଲାର ତଦନ୍ତ ଓ ପ୍ରମାଣ ସଂଗ୍ରହରେ ପୋଲିସର ନିଷ୍ଟା ପୂର୍ଣ୍ଣ ପ୍ରୟାସ ଏବଂ ପ୍ରଭାବଶାଳୀ ମାମଲା ପରିଚାଳନାର ଏହା ଏକ ପ୍ରତିଫଳନ ବୋଲି କୁହାଯାଇଛି । ଅଦାଲତଙ୍କ ଏହି ରାୟ ଦ୍ଵାରା ଆଇନ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ସୁଦ୍ରୁଢ଼ ହୋଇଥିବା ଜଣା ପଡିଛି ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
