ଡାକାର ଗାଁରେ ଖଡ଼ଗ ନଦୀର ଭାସି ଶଶୁର ବୋହୁ ନିଖୋଜ।
ସୁଦ୍ଧାକ୍ରିୟାରେ ଯୋଗ ଦେବେ ପାଇଁ ଆସି ନଦୀ ଆରପାରିରେ ମାମୁଁ ଘରକୁ ବୁଲିବାକୁ ଯାଇ ଫେରିବା ସମୟରେ ଡଙ୍ଗା ବୁଡ଼ିଯିବା ଫଳରେ ଶଶୁର ଓ ବହୁ ପାଣି ସ୍ରୋତ ଭାସି ନିଖୋଜ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା ଗାଁର ଖଡ଼ଗନଦୀରେ । ସୂଚନା ମୁତାବକ ବାପ ଘର ଡାକାକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆସିଥିଲେ କିନ୍ତୁ ନଦୀ ଆରପାରିରେ ମାମୁଁ ଘରକୁ ଯାଇ ଅପରାହ୍ନ ସମୟରେ ଡଙ୍ଗା ସାହାଯ୍ୟରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ଆଠ ଜଣ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ପ୍ରୋଖର ସ୍ରୋତରେ ଭାସି ନିଖୋଜ ହୋଇଛନ୍ତି। ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନିଖୋଜଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ। ଯେହେତୁ ଖଡ଼ଗ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସ୍ରୋତ ପ୍ରଖର ଥିବା ଯୋଗୁଁ ଏ ପର୍ଯ୍ୟନ୍ତ ଦୁଈ ନିଖୋଜଙ୍କ ଶରୀର ଉଦ୍ଧାର କରାଯାଇ ପାରିନି ତଥାପି ଆଜି ମଧ୍ୟ ପରିବାର ଓ ସମ୍ପର୍କୀୟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।
