*କୋମନାର ବହୁଚର୍ଚ୍ଚିତ ଜମି ଦୁର୍ନୀତି *ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ “ତହସିଲଦାର ଓ ARI ସସ୍ପେଣ୍ଡ, ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ”**
ନୂଆପଡ଼ା(ମିଖାଏଲ ନନ୍ଦ)
ତା -୨୬/୦୮
ନୂଆପଡ଼ା ଜିଲ୍ଲାର କୋମନାର ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାକୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ଏହି ମାମଲାରେ କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ, ଅନ୍ୟପଟେ କୋମନା ତହସିଲର ARI ରାମନାଥ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।ସୂଚନା ଅନୁସାରେ, ଜମି ସମ୍ବନ୍ଧୀୟ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ତହସିଲଦାରଙ୍କ ବିରୋଧରେ ରାଜସ୍ୱ ବିଭାଗ ପକ୍ଷରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି, ARI ରାମନାଥ ମିଶ୍ରଙ୍କ ବିରୋଧରେ ନୂଆପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହୋଇଛି।
ନିଲମ୍ବନ ସମୟରେ ଉଭୟ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା କୋମନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଜମି ଦୁର୍ନୀତି ମାମଲାରେ ପ୍ରଶାସନର ଏହି କଡ଼ା ପଦକ୍ଷେପକୁ ନେଇ ନାନା ମହଲରେ ଆଲୋଚନା ଜୋର ଧରିଛି।
▪️ କୋମନାର ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲା
▪️ ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ସସ୍ପେଣ୍ଡ
▪️ ARI ରାମନାଥ ମିଶ୍ର ନିଲମ୍ବିତ
▪️ ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
