ଏଟିଏମ ଓ ସୁନା ଗହଣା ଚୋରୀ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ
___________________
ସାରଣକଣା,(୨୪/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଝାର ପୋଖରିଆ ଥାନା କେଶ୍ ନମ୍ବର,୧୫୬/୨୦୨୫ ଧାରା ୩୩୧(୪), ୩୦୫(ଏ), ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୬୬(ସି),୬୬(ଡ଼ି), ଆଈଟି ନିୟମ ଅନୁଯାୟୀ ଜଣା ପଡିଛି ଯେ, ଗତ ୨୦୨୫ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ମଧ୍ୟରେ ଝାର ପୋଖରିଆ ଥାନା ଅଧିନସ୍ଥ ପାହାଡ଼ପୁର ଗ୍ରାମର ସୁରୁବାବୁ ସୁଆନସି ଙ୍କ ସ୍ତ୍ରୀ ଗୀତା ସୁଆନସି ବାପଘରକୁ ଯାଇଥିବା ବେଳେ ସେହି ପାହାଡ଼ପୁର ଗ୍ରାମର ନିରାକାର ପାତ୍ରଙ୍କ ପୁତ୍ର ଜଗଦୀଶ ପାତ୍ର ଗୀତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଏଟିଏମ୍ ମାଧ୍ୟମରେ ୪୦,୦୦୦ ହଜାର ଟଙ୍କା ଉଠାଇ ନେଇଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ବାସ ଘରେ ପଶି ସୁନା, ରୁପା ଅଳଙ୍କାର ଚୋରି କରି ନେଇଥିଲେ । ପରେ ଏ ସମ୍ବନ୍ଧରେ ଗୀତା ସୁଆନସି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଛାନ୍ ଭିନ କରିଥିଲା । ଅଦ୍ୟ ୨୪ ତାରିଖ ଝାରପୋଖରିଆ ପୋଲିସ ଉକ୍ତ ଘଟଣାରେ ସଂପୃକ୍ତ ଜଗଦୀଶ ପାତ୍ରକୁ ଗିରଫ୍ କରି ବିଚାର ବିଭାଗୀୟ ହାଜତକୁ ପଠାଥିବାର ସୂଚନା ପୋଲିସ ପକ୍ଷରୁ ଆମ ପ୍ରତିନିଧିଙ୍କୁ ଅବଗତ କରାଯାଇଛି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
