*ଚାନ୍ଦପୁର ହୋଟେଲ ରୁ ବିଦେଶୀ ମଦ ଜବତ, ୨ ଅଟକ*
ଚିକିଟି, ଚାନ୍ଦପୁର ବଜାର ରେ ରହିଥିବା ହୋଟେଲ ଏବଂ ଫାଷ୍ଟ ଫୁଡ ଦୋକାନ ଉପରେ କେ. ନୂଆଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି l ଏ ସମ୍ପର୍କ ରେ ଦୁଇ ଜଣଙ୍କୁ କେ. ଥାନା ରେ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ପୁଲିସ କହିଛି lବର୍ଷ ବର୍ଷ ଧରି ଚାନ୍ଦପୁର ବଜାର ରେ ୭ ରୁ ଅଧିକ ଫାଷ୍ଟ ଫୁଡ ଦୋକାନ ରେ ଖୁଲାମ ଖୁଲା ବିଦେଶୀ ମଦ ବେଆଇନ ଭାବେ ବିକ୍ରି ହେଉଥିବା ବିଭିନ୍ନ ସମୟ ରେ ଅଭିଯୋଗ ହୋଇଥିଲା l କିନ୍ତୁ ନୂଆପଡା ଫାଣ୍ଡି ର ଅନତି ଦୁରରେ ହେଉଥିବା ବେଆଇନ ମଦ ବେପାର ପାଇଁ ଅବକାରୀ ବିଭାଗ ମଧ୍ୟ ସବୁ ଦେଖି ମଧ୍ୟ ନ ଦେଖିଲା ର ଅଭିନୟ କରୁଥିଲା l ଏହି ବେଆଇନ ମଦ ବେପାର ର ଚେର ନୂଆପଡା, ଚାନ୍ଦପୁର, ଲାଲମେଣ୍ଟା ତଥା ଦିଗପହଣ୍ଡି ବ୍ଲକ ର ଗୌଡ଼ଗାଁ, ଭ୍ରମରପୁର, ଟିକରପଡା ଆଦି ପଂଚାୟତ ର ୨୦୦ ଗ୍ରାମ କୁ ବ୍ୟାପିଥିଲା l ଫଳ ରେ ନାବାଳକ ଯୁବକ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ଆସିଲେ ବି କେହି ଭ୍ରୁକ୍ଷେପ କରୁ ନଥିଲେ l କେ. ନୂଆଗାଁ ଥାନାକୁ ନୂଆ କରି ଆସିଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ ଙ୍କ ଟିମ ଆଜି ଚାନ୍ଦପୁର ବଜାର ରେ ବେଆଇନ ମଦ ବିକୁଥିବା ଫାଷ୍ଟ ଫୁଡ ଦୋକାନ ରେ ଚଢ଼ାଉ କରିବା ଫଳ ରେ ସାଧାରଣ ଜନତା ଆଶ୍ବସ୍ତି ହୋଇଛନ୍ତି l
