ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର
(ରମେଶ ଅଗ୍ରୱାଲ.:ନିପ୍ର)
ତାରିଖ: ୨୧.୦୮.୨୦୨୬.ବଲାଙ୍ଗିର ସଦର ବ୍ଲକ କୁଡାସିଂହାରେ ଶୁକ୍ରବାର ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଞ୍ଚୁରିଆନ ୟୁନିଭରସିଟି ତଥା ଜେଆଇଟିଏମ କଲେଜ ବଲାଙ୍ଗିର, ଲାୟନ୍ସ କ୍ଲବ, ବଲାଙ୍ଗିର ତଥା ସାର୍ବଜନୀନ ସାଂସ୍କୃତିକ କଳାପରିଷଦ କୁଡାସିଂହାର ମିଳିତ ଉଦ୍ୟମରେ ସେଞ୍ଚୁରିଆନ ୟୁନିଭରସିଟିର ଡାଇରେକ୍ଟର ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା କ୍ୟାମ୍ପରେ ପ୍ରାୟ ୧୬୫ ଜଣଙ୍କୁ ମାଗଣା ଚକ୍ଷୁ ପରୀକ୍ଷା କରି ଚଷମା ବଣ୍ଟନ କରାଯାଇଥିଲା।
ଗ୍ରାମାଞ୍ଚଳରେ ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସୁବିଧା ଥିବା ଭ୍ରାମ୍ୟମାଣ କ୍ଲିନିକର ସୁବିଧା ପାଇ ବହୁତ ଖୁସି ବ୍ୟକ୍ତ କରିଥିଲେ। ହରେକୃଷ୍ଣ ସାହୁ, ରାଧେଶ୍ୟାମ ପଥାଲ, ରବୀନ୍ଦ୍ର ସାହୁ, ପ୍ରକାଶ ସାହୁ, ଗଙ୍ଗାଧର ସାହୁ, କୁବେର ସାହୁ, ଶିଶୁପାଳ ସାହୁ, ବିଜୟ ସାହୁ, ପୁରୁଷୋତ୍ତମ ଦାସ, ଡ. ଲଳିତ ସାହୁ ଏବଂ ମନୋଜ ଝାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହା ସହ ଗାଁର ସାର୍ବଜନୀନ ସାଂସ୍କୃତିକ କଳାପରିଷଦ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ପ୍ରାଙ୍ଗଣରେ ଲୋକଙ୍କ ବ୍ୟବହାର ଉପଯୋଗୀ ଏକ ଆରଓ ଖଟର ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା କରୁଥିବା ପ୍ରକାଶ କରିଛନ୍ତି।
