*ୱେଷ୍ଟର୍ଣ୍ଣ ଓଡ଼ିଶା ରେସିଡେନ୍ସିଆଲ୍ ପବ୍ଲିକ୍ ସ୍କୁଲ୍ ପକ୍ଷ ରୁ ସବୁଜ ଦିବସ ପାଳିତ, ସବୁଜ ସୁନ୍ଦର ମୋ ଭାରତ ଗଠନ ସଂକଳ୍ପ ’*
ନୂଆପଡା(ମିଖାଏଲ ନନ୍ଦ)
ତା-୨୨/୦୮.
ସୱେଷ୍ଟର୍ଣ୍ଣ ଓଡ଼ିଶା ରେସିଡେନ୍ସିଆଲ୍ ପବ୍ଲିକ୍ ସ୍କୁଲ୍ ପରିସରର ପରିବେଶ ସୁରକ୍ଷା ନେଇ ‘ସବୁଜ ଦିବସ’ (ଗ୍ରୀନ୍ ଡେ) ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସବୁଜ ସୁନ୍ଦର ମୋ ଭାରତ ଗଠନ ସଂକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଖଡ଼ିଆଳର ବିଭାଗୀୟ ବନ ଅଧିକାରୀ ଶ ଅଜିଜ ଖାନ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ । ପରିବେଶ ସନ୍ତୁଳନ ରକ୍ଷାରେ ଜଙ୍ଗଲର ଅବଦାନ, ବୃକ୍ଷର ଉପକାରିତା ତଥା ଜଙ୍ଗଲ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏ ମାଁ ପାଇଁ ଗଛ ଟି ଲଗାଇ ତା’ର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧା ଘୋଷ ସଭାରେ ଅଧ୍ୟକ୍ଷତା କରି ସବୁଜ ଓ ସତେଜ ରଖିବା ପାଇଁ ଯୁବ ବର୍ଗ ଙ୍କୁ ସଚେତନ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ସ୍କୁଲ ପରିସରର ରୁ ବାହାରି ନିକଟ ରେ ଥିବା ନଗର ବନ ଔଷଧୀୟ ଓ ଛାୟାପ୍ରଦ ଚାରାଗଛ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ନଗର ବନ୍ ପରିଦର୍ଶନ କରିଥିଲେ।
