ସନ୍ଥପଡ଼ା ପଞ୍ଚାୟତରେ ଶୌଚାଳୟ ନିର୍ମାଣକୁ ନେଇ ପ୍ରଶ୍ନ, ତଦନ୍ତ ପାଇଁ ଦାବି
ରିପୋର୍ଟ ମନୋଜ ରାଉତ
ତାଳଚେର:୨୨.୮.୨୬(ନିପ୍ର) ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମପଞ୍ଚାୟତରେ ଶୌଚାଳୟ ନିର୍ମାଣ ଓ ଏହାର ବିଲ୍କୁ ନେଇ ଅଭିଯୋଗ ଉଠିଛି।
ଏନେଇ ସନ୍ଥପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିବା କାଗଜରୁ ଜଣାପଡ଼ୁଛି। ଅଭିଯୋଗ ଅନୁସାରେ, କିଛି ହିତାଧିକାରୀଙ୍କ ଘରେ ପୂର୍ବରୁ ଶୌଚାଳୟ ଥିବା ସତ୍ତ୍ୱେ ପୁଣିଥରେ Toilet Work Order ଦିଆଯାଇଥିବା ନେଇ ପ୍ରଶ୍ନ ଉଠାଯାଇଛି।
ସେହିପରି, ପୂର୍ବରୁ ନିର୍ମିତ ଶୌଚାଳୟକୁ ନେଇ ବିଲ୍ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି। ଏହି ସମସ୍ତ ଘଟଣାର ସଠିକ୍ ଯାଞ୍ଚ କରିବା ସହିତ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସରପଞ୍ଚ ଅନୁରୋଧ କରିଛନ୍ତି।
ଏବେ ପ୍ରଶ୍ନ ହେଉଛି—ଏହି ଅଭିଯୋଗର ସତ୍ୟତା କେତେ? ପ୍ରକୃତରେ ନିୟମ ଅନୁସାରେ କାମ ହୋଇଛି ନା ଅନିୟମିତତା ହୋଇଛି? ଏହାର ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଜନସାଧାରଣଙ୍କ ଟଙ୍କାର ସ୍ୱଚ୍ଛ ଓ ସଠିକ୍ ବ୍ୟବହାର ପାଇଁ ଏହି ମାମଲାର ତଦନ୍ତ ଶୀଘ୍ର ହେବା ଆବଶ୍ୟକ।
