ଚିକିଟି ପ୍ରେସ୍ କ୍ଲବ ଅନୁବନ୍ଧିତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘର ବୈଠକ
ସାମ୍ବାଦିକଙ୍କ ସୁରକ୍ଷା, ମଙ୍ଗଳ ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା
ଚିକିଟି, ୨୨/୮: ଚିକିଟି ପ୍ରେସ୍ କ୍ଲବ ଅନୁବନ୍ଧିତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘର ଏକ ବୈଠକ ଚିକିଟିଗଡ଼ସ୍ଥିତ ଜମ୍ଭେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିଟି ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦେଇଥିଲେ।
ବୈଠକରେ ସାମ୍ବାଦିକତା କ୍ଷେତ୍ରର ବିଭିନ୍ନ ସମସ୍ୟା, ସୁବିଧା-ଅସୁବିଧା, ସାମ୍ବାଦିକଙ୍କ ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ପଞ୍ଜିକୃତ ସଂସ୍ଥା ଚିକିଟି ପ୍ରେସ୍ କ୍ଲବ (ସିପିସି) ଅଧୀନରେ ନୂତନ ଭାବେ ଗଠିତ ଚିକିଟି ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘକୁ ଅନୁବନ୍ଧିତ କରିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।
ସାମ୍ବାଦିକମାନେ ନିରପେକ୍ଷ ଭାବେ ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣୁଥିବା ବେଳେ ସେମାନଙ୍କ ନିଜସ୍ୱ ସମସ୍ୟା ଓ ସୁରକ୍ଷା ପ୍ରତି ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସାମ୍ବାଦିକମାନଙ୍କ ମଙ୍ଗଳ, ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ବୀମା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ଦୃଢ଼ ଦାବି ଜଣାଇବାକୁ ସମସ୍ତ ସାମ୍ବାଦିକ ଏକମତ ହୋଇଥିଲେ।
ବୈଠକରେ ସଭାପତି ନିଗମାନନ୍ଦ ପଣ୍ଡା, ଉପସଭାପତି ଦୀପକ କୁମାର ଚୌଧୁରୀ, ସମ୍ପାଦକ ଅରୁଣ କୁମାର ପଣ୍ଡା, ସଭ୍ୟ ନରସିଂହ ବେହେରା, କ୍ରୀଷ୍ଣ ପ୍ରସାଦ ପାଢ଼ୀ, ଦୁର୍ଗା ପ୍ରସାଦ ମହାରଣା, ରତିକାନ୍ତ ପାଢ଼ୀ, ରୁପାଲୀ ମହାନ୍ତି, ଶୁଭେନ୍ଦୁ ଶତପଥୀ, ଉପଦେଷ୍ଟା ବିଭୁଧେନ୍ଦ୍ର ପାଢ଼ୀ, ଉପଦେଷ୍ଟା ଅର୍ଜୁନ ପଣ୍ଡା ଓ ସଭ୍ୟ ଶ୍ରୀବତ୍ସ ଲାଞ୍ଚନ ସାହୁ, ମାନସ ରଞ୍ଜନ ପାଢ଼ୀ, ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସମେତ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
ଏଥିସହ ଚିକିଟି ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗୁରୁତ୍ୱର ସହ ଉଠାଇ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଜନସ୍ୱାର୍ଥ �
