*ରାଜନୈତିକ ଓ ବାକ ସ୍ୱାଧୀନତାରେ ପଥ ହୁଡୁଛି ରକି ନାଁ ରେ ନଅଟି ମାମଲା ଛନ୍ଦା ହୋଇଛି l*
ଯାଜପୁର ଭଞ୍ଜଦୁତ ବ୍ୟୁର : ରାଜନୈତିକ ଓ ବାକ ସ୍ୱାଧୀନତାରେ ପଥ ହୁଡୁଛି ରକି ନାଁ ରେ ନଅଟି ମାମଲା ଛନ୍ଦା ହୋଇଛି l
ସାମ୍ବିଧାନିକ ଵିଧି ବ୍ୟବସ୍ଥାରେ ବାକ ସ୍ୱାଧୀନତା ରାଜନୈତିକ ସ୍ୱାଧୀନତାକୁ ସ୍ୱୀକୃତି ଦିଆଯାଇଛି। କିନ୍ତୁ ଏହାର ବିଡମ୍ବନା ସ୍ୱାଧୀନ ରାଷ୍ଟ୍ରର ସ୍ୱାଧୀନ ଚିନ୍ତାଧାରା ଧର୍ମଶାଳା ମାଟିରେ ପଥ ହୁଡୁଥିବା ସ୍ପଷ୍ଟ ଦିବାଲୋକରେ ବାରିହୋଇ ପଡୁଛି। ବାକ ସ୍ୱାଧୀନତା ଏବଂ ରାଜନୈତିକ ସ୍ୱାଧୀନତା କୁ କବର ଦେଇ ରାକେଶ କୁମାର ନାୟକ (ରକି )
ଙ୍କୁ ଆକ୍ରମଣ କରି ନଅଟି ମାମଲା ଛନ୍ଦି ଦେଇ ତାଙ୍କର ମତବ୍ୟକ୍ତ କରିବାର ଅଧିକାରକୁ କବର ଦେଉଥିବା ଅଭିଯୋଗ ହେଉଛି।ସୂଚନା ଯୋଗ୍ୟ ଚଳିତ ମାସ ଚାରି ତାରିଖ ରେ ଯାଜପୁରରୋଡ଼ ବ୍ୟାସନଗର ରେ ରାକେଶ କୁମାର ନାୟକ ଙ୍କ ଗାଡିକୁ ଦୀର୍ଘ ସମୟ ଅଟକ ରଖି ଅପହରଣ କରିନେବାକୁ ଉଦ୍ୟମ କରାଯାଇ ବିଫଳ ହେବାରୁ ଧର୍ମଶାଳା ବିଧାୟକଙ୍କ ସମର୍ଥକ ରାତି ଅଧିଆ ରାଜନୈତିକ ଚାପ ପକାଇ ମାମଲା ରୁଜୁ କରିଥିବା ଅଭିଯୋଗ ହେଉଛି। ଉକ୍ତ ମାମଲା ସହ ରାକେଶ (ରକି )ଙ୍କ ନାଁ ରେ ନ ଟି ମାମଲା ଛନ୍ଦି ଦିଆଯାଇଛି। ଧର୍ମଶାଳା ରେ ରାଜନୈତିକ ଅକ୍ରୋଶ ପାଇଁ ରାକେଶ ଙ୍କ ବିରୁଦ୍ଧରେ ଯୋଜନାବୋଧ ଭାବେ ଅଭିଯୋଗର ଫର୍ଦ ପରେ ଫର୍ଦ ଯୋଡିଦିଆଯାଇଛି। ଧର୍ମଶାଳା ମାଟିରେ ପ୍ରଶଂସା ସାଉଁଟି ଭବିଷ୍ୟତ ର ବିଧାୟକ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଏହି ଯୁବକ ଙ୍କୁ ଚେକ ଦେବାକୁ ସବୁ ପ୍ରକାର ଷଡଯନ୍ତ୍ର ରୋଚାଯାଇଛି। ମାନସିକ ଚାପ ଠାରୁ ଦେଶର ଆଇନ କାନୁନ କୁ କବର ଦେଇ ବାକ ସ୍ୱାଧୀନତା କୁ ଛଡେଇ ନେବାକୁ ଉଦ୍ୟମ ହେବା ଏବଂ ଆକ୍ରମଣ କରି ପାଲଟା ମାମଲା କରିବା ଘଟଣା ବହୁ ବୁଦ୍ଧିଜୀବୀ ଗଣ ତନ୍ତ୍ର ପ୍ରେମୀ ଙ୍କୁ ଚୋକିତ କରୁଛି।ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥା ରେ ହିଂସା ସୃଷ୍ଟି କରି ରାକେଶ ଙ୍କ ସ୍ୱର କୁ ଚାପି ଦେଇ ରାଜନୈତିକ ଅଧିକାର କୁ ଖୋଲା ଖୋଲି ଭାବେ ଛଡେଇ ନେବାକୁ ଉଦ୍ୟମ ହେବା ଘଟଣା ବହୁ ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରୁଛି।
