ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ
ରିପୋର୍ଟ ମନୋଜ ରାଉତ
ତାଳଚେର:୨୦.୮.(ନିପ୍ର) ଆଜି ତାଳଚେର ସହରର ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକମାନଙ୍କୁ ନେଇ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।
ସୁସ୍ଥ ଓ ଶୃଙ୍ଖଳିତ ଭାବେ ଗଣେଶ ପୂଜା ଆୟୋଜନ, ସମନ୍ୱୟ ଏବଂ ସହରରେ ଭାଇଚାରା ବଜାୟ ରଖିବା ଦିଗରେ କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।
ନୂତନ କର୍ମକର୍ତ୍ତା ଭାବେ ସଭାପତି ଭାବେ ତାଳଚେର ଉପଜିଲ୍ଲାପାଳ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ତାଳଚେର SDPO ଦାୟିତ୍ୱ ନେଇଛନ୍ତି।
ସେହିପରି ଉପସଭାପତି ଭାବେ କେଶବ ଭୂତିଆ ଓ ପ୍ରଭାତ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ଜିତେନ୍ଦ୍ର ଦାସ ଏବଂ ଯୁଗ୍ମ ସମ୍ପାଦକ ଭାବେ ନାରାୟଣ ସେଠୀ (ସୁଲେଖ), ମନୋରଞ୍ଜନ ଦାସ, ମନୋରଞ୍ଜନ ଭୂତିଆ ଓ ବିଶ୍ୱରଂଜନ ତୁଙ୍ଗସାମନ୍ତ ଚୟନ ହୋଇଛନ୍ତି।
ଏଥିସହିତ କୋଷାଧ୍ୟକ୍ଷ ଭାବେ ପ୍ରିୟଦର୍ଶୀ ଋଷିକେଶ ସାହୁ ଏବଂ ସମୀକ୍ଷକ ଭାବେ ଦୟା ସାଗର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ତାଳଚେରର ପାରମ୍ପରିକ ଗଣେଶ ପୂଜାକୁ ଆହୁରି ଭବ୍ୟ, ଶୃଙ୍ଖଳିତ ଓ ସୁନ୍ଦର ଭାବେ ଆୟୋଜନ କରିବା ସହିତ ସମସ୍ତ ପୂଜା କମିଟି ମଧ୍ୟରେ ସମନ୍ୱୟ ରଖିବା ନୂତନ କମିଟିର ପ୍ରମୁଖ ଲକ୍ଷ୍ୟ ରହିବ।
ନୂତନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଆଗାମୀ ଗଣେଶ ପୂଜା ପାଇଁ ଶୁଭେଚ୍ଛା। 🙏🌺
