ସାରବାହାଲ ରେ ସ୍ୱତନ୍ତ୍ର ଗ୍ରାମସଭା କୁ ମିଳିଛି ମିଶ୍ର ପ୍ରତିକ୍ରିୟା , ହଟ୍ଟଗୋଳ ମଧ୍ୟରେ ସଭାସାଙ୍ଗ
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ , ୨୦/୮/୨୬(ଜିଲ୍ଲା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ସହ ବ୍ଲକ୍ ପ୍ରତିନିଧି ମମତା ମେହର ଙ୍କ ରିପୋର୍ଟ)
ହେମଗିରି ବ୍ଲକ ଅନ୍ତର୍ଗତ ସାନଘୁମୁଡ଼ା ପଞ୍ଚାୟତ ର ସରବାହାଲ ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭାକୁ ସପକ୍ଷ ଓ ବିପକ୍ଷ ଙ୍କ ହଟ୍ଟଗୋଳ ମଧ୍ଯରେ ସମାପ୍ତ କରିଥିଲେ । ପ୍ରକାଶ ଥାଉକି ହିଣ୍ଡାଲକୋ କମ୍ପାନୀ ଦ୍ୱାରା ବିସ୍ଥାପିତ ହେବାକୁ ଥିବା କିରିପସିରା ଗ୍ରାମବାସୀ ଙ୍କ ବିସ୍ଥାପନ ଥଇଥାନ କଲୋନୀ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ର ସ୍ୱତନ୍ତ୍ର ଗ୍ରାମସଭା କୁ କିଛି ସରବାହାଲ୍ ଗ୍ରାମବାସୀ ଙ୍କ ବିରୋଧ ଥିବାବେଳେ କିଛି ସପକ୍ଷରେ ଅଛନ୍ତି । ପ୍ରାଶାସନିକ ଅଧିକାରୀ ଙ୍କ ମତରେ ଅଧିକାଂଶ ୭୩.୨୨ଏକର ସରକାରୀ ଅଣଜଙ୍ଗଲ ଜମି ରହିଛି ଏବଂ କିଛି ଅଳ୍ପାଂଶ ୧୦.୮୬ ଏକର ବେସରକାରୀ ଜମି ମାଲିକ ଙ୍କ ମଧ୍ୟରୁ କିଛି ସପକ୍ଷବାଦୀ ଥିବାବେଳେ କିଛି ବିପକ୍ଷ ଥିଲେ , ହେଲେ ଉଭୟ ଗୋଷ୍ଠୀଙ୍କ ମତାମତ କୁ ଜିଲ୍ଲା ପ୍ରଶାସନ କୁ ଗଲାପରେ ଯାହାଫଳ ଆସିବ ତାପରେ ଗ୍ରାମସଭାକୁ ସଫଳ କହିବାକୁ ପଡ଼ିବ ବୋଲି କହିଛନ୍ତି । ଗ୍ରାମସଭାର ଅଧାରୁ ଅଧିକାରୀ ମାନେ ଉଠି ଚାଲି ଯାଉଥିବାର ଅନୁମାନ କରି ପେଣ୍ଡାଲ ପଛପଟୁ ଘେରିଥିଲେ ଗ୍ରାମ୍ୟ ମହିଳା ବୃନ୍ଦ । ପୂର୍ବରୁ ଖଣି ପାଇଁ ଜମି ଅଧିଗ୍ରହଣ ବେଳେ ଦେଇଥିବା ପ୍ରସ୍ତୁତି ଏବଂ ଓ ସି ପି ଏଲ୍ କମ୍ପାନୀର ଚଞ୍ଚକତା ପାଇଁ ହିଣ୍ଡାଲକୋ କମ୍ପାନୀ ଉପରେ ମଧ୍ୟ ସନ୍ଦେହ କରୁଛନ୍ତି ଅଞ୍ଚଳର ବିପକ୍ଷ ବାଦି, ଅପରପକ୍ଷେ ସପକ୍ଷବାଦୀ ଙ୍କ କହିବାକଥା ଯଦି କମ୍ପାନୀ ଉକ୍ତ ଗ୍ରାମ ପାଇଁ ବିଭିନ୍ନ ପ୍ରକାରର ନୈତିକ ସୁବିଧା ଯେମିତି ରାସ୍ତାଘାଟ ନିର୍ମାଣ , ଲାଇଟ୍ ବ୍ୟବସ୍ଥା , ସ୍ୱାସ୍ଥ୍ୟ କେନ୍ଦ୍ର , ନିଯୁକ୍ତି ଇତ୍ୟାଦି ର ସୁବ୍ୟବସ୍ଥା କରୁଛନ୍ତି ତେବେ ଜମି ଦେବାରେ ଆପତ୍ତି ନାହିଁ । ବିପକ୍ଷବାଦୀ ଙ୍କ କହିବାନୁଯାୟୀ ଗ୍ରାମକୁ ଲାଗି ରହିଥିବା ଅଣଜଙ୍ଗଲଜମି ଉପରେ ତାଙ୍କ ପୂର୍ବପୁରୁଷ ଦଖଲ କରିଆସୁଛନ୍ତି ଯାହାକି ଆଦିବାସୀ ଙ୍କୁ ଜଙ୍ଗଲଜମି ଅଧିକାର ଅଧିନିୟମ ଅନୁଯାୟୀ ଶିରୋନାମା ମିଳିବା କଥା ତାହା ଅଦ୍ୟାବଧି ଦେଇନାହାନ୍ତି , କିନ୍ତୁ ଅଧିକାର ଦେବା ବଦଳରେ ଯୋର୍ ଜବରଦସ୍ତି ଛଡ଼ାଇ ନେବାକୁ ବସିଛନ୍ତି । ଆହୁରିମଧ୍ୟ ଅଭିଯୋଗ କରିଛନ୍ତି ଯେ ସଭାରେ ଉପସ୍ଥିତ ସପକ୍ଷବାଦୀ ଜନତାଙ୍କ ଦସ୍ତଖତ ନେଉଛନ୍ତି ତେବେ ବିପକ୍ଷବାଦୀ ଜନତା ଙ୍କ ଦସ୍ତଖତ ମଧ୍ଯ ଉକ୍ତ ଗ୍ରାମସଭା ଖାତାରେ ରହିବା ଉଚିତ ଯାହାକି ତାହା କରାଯାଉନାହିଁ । ସାନଘୁମୁଡ଼ା ସରପଞ୍ଚ ରେବତୀ ଛତ୍ରିଆ, ବିଡିଓ ରୀନା ନାଏକ , ତହସିଲଦାର ସାରିକା ରାଣୀ ଧମେଲ , ଏସ ଡି ପି ଓ ନିର୍ମଲ୍ ମହାପାତ୍ର , ଥାନାଧିକାରୀ ମନୋରଞ୍ଜନ ବିଶି ଏବଂ ସହକର୍ମୀ ପୋଲିସ ଅଧିକାରୀ ଙ୍କ ସମେତ କମ୍ପାନୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
