ସାଇବର ଠକେଇ ର ଶିକାର ହେଲେ କଲେଜ ଅଧକ୍ଷ
ମୋରଡା -ନିଜକୁ ଅତିରିକ୍ତ ବିଡ଼ିଓ ର ପରିଚୟ ଦେଇ ସୋଲାର ପ୍ରକଳ୍ପ ବସାଇବା ଅଳରେ ଜଣେ କଲେଜ ଅଧକ୍ଷ ଙ୍କ ଠାରୁ ଟଙ୍କା ଲୁଟିନେଲେ ସାଇବର ଅପରାଧୀ, ଏ ଭଳି ଘଟଣା ଘଟିଛି ରସଗୋବିନ୍ଦପୁର ଥାନା ଅଂଚଳ ର ସହିଦ ମେମୋରିଆଲ ଅଧକ୍ଷ ଦିଲ୍ଲୀପ କୁମାର ଭୋଇ ଙ୍କ ମୋବଇଲ କୁ ଏକ ନମ୍ବର ରୁ ଫୋନ ଆସିଥିଲା, ଫୋନ କରିଥିବା ବ୍ୟକ୍ତି ରଗୋବିନ୍ଦପୁର ବ୍ଲକ ର ଅତିରିକ୍ତ ବି ଡି ଓ ର ପରିଚୟ ଦେଇ କଲେଜ ରେ ସୋଲାର ପ୍ରକଳ୍ପ ବସାଇବା କଥା କହିଥିଲେ, ପୂର୍ଵ ରୁ ମନ୍ତ୍ରୀ ଯୋଉଁ ସୋଲାର ପ୍ରକଳ୍ପ ବିଷୟରେ କହିଥିଲେ ସେ ବାବଦରେ ଟଙ୍କା ଦେଲେ କାର୍ଯ୍ୟ ଆରମ୍ଭ ହେବ, ବୋଲି କହିଥିଲେ, ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ପ୍ରାରମ୍ଭିକ ଭାବେ ଟଙ୍କା ଦେବା ପାଇଁ ପଡିବ ବୋଲି କହିଥିଲେ, ପରେ କଲେଜ ଅଧକ୍ଷ କହିବା ପରେ ତିନି ଜଣ କର୍ମଚାରୀ ଙ୍କ ସହିତ ନେଟ ବ୍ୟlଙ୍କ ମାଧ୍ୟମରେ ଟଙ୍କା ପଠାଇ ଥିଲେ, ପରବର୍ତୀ ସମୟରେ ଅଧକ୍ଷ୍ୟ ଭୋଇ ଜାଣିବାକୁ ପାଇଲେ ଯେ ସାଇବର ଠକେଇ ର ଶିକାର ହୋଇଛନ୍ତି ଏ ନେଇ ଅଧକ୍ଷ୍ୟ ଭୋଇ ରସଗୋବିନ୍ଦପୁର ଥାନା ଓ ସାଇବର ଥାନା ରେ ଅଭିଯୋଗ କରିଛନ୍ତି ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
