ଅଙ୍ଗଡବାଡ଼ି କେନ୍ଦ୍ର ନିକଟସ୍ଥ ଥିବା ଖୋଲା ଟ୍ରାନ୍ସଫର୍ମର ପାଲଟିଛି ମରଣଯନ୍ତା
__________________
ସାରସକଣା, (୨୦/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକ ଅଧୀନସ୍ଥ ଝାରପୋଖରିଆ ପଞ୍ଚାୟତର ପଡ଼ାଶିଆ ଗ୍ରାମର ଅଙ୍ଗନବାଡି ନିକଟ ଟରେ ଥିବା ଟାଟା ପାଞ୍ଵାରର ଏକ ଖୋଲା ବିଦ୍ୟୁତ ଟ୍ରାନ୍ସଫର୍ମରରୁ ବିପଦପୂର୍ଣ୍ଣ ଭାବରେ ରହିଥିବା ବେଳେ ମାତ୍ର ଦୁଇ ଫୁଟ ଉଚ୍ଚତାରୁ ତାର ସଂଯୋଗୀକରଣ କରି ଗ୍ରାମର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି ।ଏହା ଟାଟା ପାଞ୍ଵାର ବିଭାଗ ପକ୍ଷରୁ ଚରମ ଅବହେଳା । ବିଦ୍ୟୁତ ବିଭାଗ ଟାଟା ପାଞ୍ଵାରର ଖାମଖିଆଲି ମନୋଭାବ ଯୋଗୁଁ ଯେ କୌଣସି ମୁହୂର୍ତ୍ତରେ ଘଟିପାରେ ବଡ଼ଧରଣର ଅଘଟଣ ।ଏହି ଗ୍ରାମ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ବିଦ୍ୟୁତ ଗ୍ରାନ୍ସଫର୍ମର ର ତା’ର ସଂଯୋଗ ଭୂମିଠାରୁ ମାତ୍ର ୩ ଫୁଟ ଉଚ୍ଚତାରେ ଖୋଲା ଅବସ୍ଥା ରଖାଯାଇଥିବା ଦେଖି ବାକୁ ମିଳିଛି । ବିଦ୍ୟୁତ ନିୟାମାବଳୀକୁ ଖୋଲାଖୋଲି ଉଲ୍ଲ° ଘନ କରି କରାଯାଇଥିବା ଏହି ବିପଦସଙ୍କୁଳ କାର୍ଯ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରତିଦିନ କୋମଳମତି ଶିଶୁମାନେ ପାଠ ପଢିବା ସହ ଖେଳ କୁଦ ପାଇଁ ଆସିଥାଆନ୍ତି । ମାତ୍ର ୩ ଫୁଟ ଉଚ୍ଚତାରେ ଥିବା ତାର ସଂଯୋଗ ଥିବାରୁ ଛୋଟ ପିଲାଙ୍କ ହାତ ସହଜରେ ବାଜିଲେ କିମ୍ଵା ବାଡ଼ି ସାହାଯ୍ୟରେ ଛୁଇଁଲେ ବଡ଼ଧରଣର ଦୁର୍ଘଟଣା ଘଟିବା ସହିତ ଗୃହପାଳିତ ପଶୁ ଓ ସାଧାରଣ ଜନତାଙ୍କ ପାଇଁ ଏହା ଏକ ମୃତ୍ୟୁ ଯନ୍ତା ପାଲଟିଛି । ବିଦ୍ୟୁତ ନିୟମାନୁସାରେ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ଜାଲି ବା ବାଡ଼ ରହିବା ବାଧ୍ୟତାମୂଳକ । ମାତ୍ର ଏଠାରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନ କରି ତଳେ ତାର ଝୁଲାଇ ରଖିବା ବିଭାଗୀୟ ଦାୟିତ୍ୱହୀନତାକୁ ଦର୍ଶାଉଛି । ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦୃଢ ଦାବି କରିଛନ୍ତି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
