କଲେଜ ବାଇପାସରୁ ବେଆଇନ ଭାବରେ ୨ ଗୋରୁ ଗାଡ଼ି ଦୁର୍ଘଟଣା,୨୦ ଗୋରୁ ଉଦ୍ଧାର,ମାଫିଆଙ୍କୁ ଖସାଇଦେଲା ପୋଲିସ୍ !
ଢେଙ୍କାନାଳ ସଦର : ଦୁଇଟି ଗୋରୁ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଲା ୩ ବେପରେ ଫେରାର୍ ହୋଇଯାଇଥିବା ବେଳେ ଜଣେ ଆହତ ହୋଇ ଖସିପାରିଲେ ନାହିଁ। ରକ୍ତାକ୍ତ ହୋଇ ରହିଥିବା ଭିଡ଼ିଓ ରହିଛି। ମାତ୍ର ପୋଲିସ୍ କେହି ଧରାପଡ଼ି ନଥିବା କହିଛି। ଢେଙ୍କାନାଳ ଗଉନ୍ ଥାନା ପୋଲିସ ଗୋରୁ ମାଫିଆଙ୍କୁ ଖସାଇ ଦେଇଥିବା ଅଭିଯୋଗ ଉଠିଛି। ବୁଧବାର ଭୋର୍ ସମୟରେ ୫୫ ନମ୍ବର ଜତୀୟ ରାଜପଥ ଢେଙ୍କାନଳ ଗଇନ ଥାନା କଲେଜ ବାଇପାସ୍ ଶିବ ମନ୍ଦିର ନିକଟରେ ଏକ ନାଇଟ୍ କୋଚ୍ ବସ୍ ସାଇଡ୍ ମାରିବାରୁ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ୩ ଗୋରୁ ବେପାରୀ ଖସି ଯାଇଥିବା ବେଳେ ସ୍କର୍ପିଓରେ ଜଣେ ଆହତ ହୋଇ ରହିଯାଇଥିଲେ। ଗୋରୁ ବେପାରୀ ତାଙ୍କୁ ଅନୁଗୁଳ ଯିବା କହି ଡାକିଆଣିଥିବା ସଫେଇ ଦେଇଥିଲେ। ପୋଲିସ୍ ୨ଟି ଗାଡ଼ି ଜବତ କରିବା ସହ ୨୦ ଗୋରୁଙ୍କୁ ଉଦ୍ଧାର କରିଛି। ମାତ୍ର କେହି ଧରାପଡ଼ିନଥିବା କହିଛି। ଯାହା ପୋଲିସ୍ର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି। ସୂଚନା ଅନୁସାରେ, ହିନ୍ଦୋଳରୋଡ୍ ଅଞ୍ଚଳରୁ ପିଅପ୍ ଭ୍ୟନ୍ ଓ ସିଟ୍ କଢ଼ାଯାଇ ସ୍କର୍ପିଆ ଗାଡ଼ିରେ ଗୋରୁ ବୋଝେଇ କରି ଦ୍ରୁତ ଗତିରେ ଆସୁଥିଲା। ଢେଙ୍କାନାଳ ବାଇପାସ୍ ନିକଟରେ ଜୋର୍ ସମୟରେ ଏକ ନାଇଟ୍ କୋଚ୍ ବସ୍ ସ୍କର୍ପିଓକୁ ସାଇଡ୍ ମାରିଥିଲା ସ୍କର୍ପିଓ ହଠାତ୍ ଅଟକି ଯିବାରୁ ପଛରୁ ଦ୍ରୁତଗତିରେ ଆସୁଥିବା ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ୩ ଗୋରୁ ବେପାରୀ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ। ସ୍କର୍ପିଓରେ ଜଣେ ବେପାରୀ ନିଶାକ୍ତ ଅବସ୍ଥାରେ ଥିବା ବେଳେ ଅହତ ହୋଇଥିବାରୁ ଖସି ପାରିନଥିଲେ। ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ରଭୟ ଗାଡ଼ିକୁ ଜବତ କରିଥିଲା। ସ୍କର୍ପିଓରେ ଥିବା ବେପାରୀ ଆହତ ହୋଇ ରକ୍ତାନ୍ତ ହୋଇଥିବା ଦେଖାଯାଇଥିଲା। ଲୋକେ ଭିଡିଓ ଉତ୍ତୋଳନ କରି ତାକୁ ପ୍ରଶ୍ନ ପଚାରି ଟାଲିଥିଲେ। ସେମାନେ ୨ଟି ଗାଡ଼ିରେ ୪ ଆସିଥିଲେ। ସମସ୍ତଙ୍କ ଘର ଜଗତପୁରରେ ବୋଲି ସମ୍ପୃକ୍ତ ବ୍ୟକ୍ତି କହିଥିଲେ। ତାଙ୍କ ନାଁ ସେକ୍ ଅବଦୂର ଖାଁ ବୋଲି କହିବା ସହ ଅନ୍ୟମାନଙ୍କ ନାଁ ମଧ୍ୟ ବତାଇଥିଲେ। ସେ ଫେରି ବେପାର କରନ୍ତି। ତାଙ୍କୁ ଅନୁଗୁଳ ଯିବାକୁ କହି ଏମାନେ ଡାକି ଏମାନେ ଡାକି ଆଣିଥିଲେ ବୋଲି କହୁଥିବା ଦେଖିବାକୁ ମିଳୁଛି। ମାତ୍ର ପୋଲିସ୍ କେହି ଧରାପଡ଼ି ନଥିବା କହିଛି। ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶଶୀଭୂଷଣ ବେହେରାଙ୍କୁ ପଚାରିବାରୁ କେହି ଧରାପଡ଼ିନାହାନ୍ତି ବୋଲି କହିଥିଲେ। ଭିଡିଓ ସମ୍ପର୍କରେ ପଚାରିବାରୁ ପୋଲିସ୍ ଯିବା ବେଳକୁ କେହି ନଥିଲେ। ଡ୍ରାଇଭର ଠେଲାପେଲା କରି ଖସି ପଳାଇଥିବା ଶ୍ରୀ ବେହେରା କହିଥିଲେ। ଯାହା ନାନା ସନ୍ଦେହ ସୃଷ୍ଟି କରୁଛି। ଯଦି ଉକ୍ତ ବ୍ୟକ୍ତି ପୋଲିସ୍ ଗଲା ବେଳକୁ ନଥିଲେ ତେବେ କୁଆଡ଼େ ଗଲେ ଓ ତାଙ୍କୁ କିଏ ଖସାଇ ଦେଲା ବୋଲି ପ୍ରଶ୍ନ ଉଠିଛି। ଭିଡିଓରେ ଏକାଧିକ ବ୍ୟକ୍ତି ଥିବା ବେଳେ ଜଣେ ଗୁରୁତର ଆହତ କିଭଳି ଠେଲାପେଲା କରି ଖସିଗଲା;ତାହା ସଦେହକୁ ବଢ଼ି ବଢ଼ାଉଛି। ଜାତୀୟ ରାଜପଥ ଉପରେ ଏଭଳି ଘଟିଥିବା ବେଳେ ସିସିଟିଭି ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ିବ । ସ୍କର୍ପିଓର ସିଟ୍ କଢ଼ା ଯାଇ ଗୋରୁ ନିଆଯାଉଥିବା କଡରେ ବାହାରକୁ ଗୋରୁ ନିଆ ଯାଇଥିବା ସ୍ପଷ୍ଟ ଦେଖାଯାଉଛି। ଏହା ସତ୍ତ୍ୱେ ରାଜପଥରେ ପୋଲିସ୍ ଓ ପାଟ୍ରୋଲିଂ ଟିମ୍ କିଭଳି ଜାଣିନପାରିଲା ତାହା ଆଶ୍ଚର୍ଯ୍ୟ କରୁଛି। ସହର ମଧ୍ୟରେ ଦୁର୍ଘଟଣା ବି ପୋଲିସ୍ ବହୁ ବିଳମ୍ବରେ ପହଞ୍ଚିବା ସନ୍ଦେହ ବଢ଼ାଉଛି। ଘଟଣା ତଦନ୍ତ କରାଯାଇ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ବାବି ହୋଇଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
