ବିଜେପିକୁ ଅଧିକ ସୁଦୃଢ଼ କରିବାକୁ ବିଜ୍ଞାନ ମହାନ୍ତିଙ୍କ ପ୍ରଚେଷ୍ଟା ଜାରି
ଆଗରପଡ଼ା (ନିପ୍ର)
ଆଗରପଡ଼ା କୁଆସମଡ଼ିଆ ଗ୍ରାମର ବିଜ୍ଞାନଭୂଷଣ ମହାନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ । ପ୍ରଧାନ ମଂତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମଂତ୍ରୀ ଅମିତ ଶାହାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ । ସେହିଦିନଠାରୁ ମବିଜେପି ସଂଗଠନ ଆହୁରି ଅଧିକ ସୁଦୃଢ଼ ହୋଇ ପାରିବ ସେଥିପାଇଁ ସେ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି ଓ ଏଥିରେ ସେ ମଧ୍ୟ ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଦଳରୁ କୌଣସି ସ୍ୱାର୍ଥ ଆଶା ରଖି ବିଭିନ୍ନ ଅଞ୍ଚଳରେ ବିଶେଷ କରି ଯୁବକ ମାନଙ୍କୁ ଏକତ୍ରୀତ କରି ସଂଗଠନକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛନ୍ତି ଯାହାକି ଏହି ସୂତ୍ରରୁ ଜଣାଯାଏ । ସେ ପୂର୍ବରୁ ଏକ ଏକ ନି ଓ ସଂସ୍ଥା ଖୋଲି ବିଭିନ୍ନ ଅଞ୍ଚଳ ଲୋକମାନଙ୍କ ସହ ସୁସଂପର୍କ ରଖିଥିଲେ । ତାକୁ ଆଧାର କରି ବିଜେପି ସଂଗଠନକୁ ବଢ଼ାଇବାରେ ସଫଳ ହେଉଛନ୍ତି । ଏକ ପ୍ରତିଷ୍ଠିତ ସର୍ଭେ ସଂସ୍ଥା ଅନୁଯାୟୀ ଆଗାମୀ ଦିନରେ ଦଳ ଏଥିପାଇଁ ତାଙ୍କୁ ଏକ ବଡ଼ ପାହ୍ୟା ହେବାର ବିଚାର ବିମର୍ଶ ଚଲାଇଛି ଯାହାକି ଅଳ୍ପଦିନ ପରେ ତାହା ସ୍ପଷ୍ଟ ହୋଇଯିବ ବୋଲି ସଂସ୍ଥା ଅନୁମାନ କରୁଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ଦଳ ସମର୍ଥିତ ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ଅଧିକ ସଫଳତା ପାଇଁ ଶ୍ରୀ ମହାନ୍ତି ସମସ୍ତ ଶ୍ରେୟ ନେବେ ବୋଲି ସଂସ୍ଥା ପୂର୍ବାନୁମାନ କରିଛି ।
