*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ ପ୍ରକଳ୍ପ ସମୀକ୍ଷା ଏବଂ ଉନ୍ନୟନ କାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଧାୟକ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ) ତା:୧୮.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ସମିତି ବୈଠକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଅଛି। ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଉନ୍ନୟନ ମୂଳକ କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଆହ୍ୱାନ କରିଛନ୍ତି। ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ସଡକ, ଗ୍ରାମପଞ୍ଚାୟତ କୁ ସଡ଼କ ସଂଯୋଗୀକରଣ କାର୍ଯ୍ୟ ହାତକୁ ନେବାକୁ ଆହ୍ୱାନ କରିଥିବା ବେଳେ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଅନୁପସ୍ଥିତି ନେଇ ସାମାନ୍ୟ ଉତ୍ତେଜିତ ହୋଇଥିଲେ। ଖଡ଼ିଆଳ ବ୍ଲକ ରେ ସଡ଼କ ପଥ ନ ଥିବା ଗ୍ରାମ ଶୂନ ରହିଥିବା ବେଳେ ଆବଶ୍ୟକ ଉନ୍ନୟନ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ଏବଂ ତନୟା ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା, ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
