*ସୁଭଦ୍ରା ମହାପାତ୍ର ଙ୍କ ବିୟୋଗରେ ଶୋକ* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୬.୮.୨୦୨୬
ଗଁଦିଆ ବ୍ଳକ ର କପିଳାସ ପାଦଦେଶରେ ଥିବା ଦେଓଗାଁ ଗ୍ରାମର ଧର୍ମ ପରାୟଣ ମହିଳା ତଥା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା ପରିଷଦ ର ପ୍ରାକ୍ତନ ସଦସ୍ୟା , କପିଳାସ ସୁରକ୍ଷା ପରିଷଦ ର ସଭାପତି ଗୁରୁଚରଣ ମହାପାତ୍ର ଙ୍କ ଧର୍ମ ପତ୍ନୀ ସୁଭଦ୍ରା ମହାପାତ୍ର ଅଗଷ୍ଟ ୧୬ ତାରିଖ ସକାଳ ସମୟରେ ପାଣି ରେ ପଡିଯାଇ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ବିୟୋଗ ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l
